ଭାରତର ପର୍ବ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଧରିତ୍ରୀ ମାତାର କୋଳରେ ଆମ ଭାରତ ମାଆ ।
ଭିନ୍ନ ଭିନ୍ନ ପର୍ବ ପାଳନେ ମୋହେ ସାରା ଦୁନିଆ ।।୧
ବାର ମାସେ ତେର ପରବ ମୋର ଦେଶେ ପାଳିତ ।
ସୂଚାଇ ଦିଅଇ ବିଶ୍ୱକୁ ମୋ ସଂସ୍କୃତି ମହତ ।।୨
ଜାତୀୟ ପର୍ବର ପାଳନେ ଆମ ଭାରତବାସୀ।
ଦେଖାନ୍ତି ବିଶ୍ୱକୁ ଆମ ଦେଶର ଜାତୀୟ ପ୍ରୀତି।।୩
ବସନ୍ତ ପଞ୍ଚମୀ ଦିନରେ ପୂଜା ମା ସରସ୍ଵତୀ ।
ବିଦ୍ୟାଦାୟିନୀ ଭଗବତୀ ତାର ପାଦେ ପ୍ରଣତି ।।୪
ଅଂଶୁମାଳୀ ପୂଜା ଭାରତେ ହୁଏ ମକର ଯାତେ ।
ପତଙ୍ଗ ଉଡାଇ ବାଳକେ ଖୁସି ମନାନ୍ତି କେତେ ।।୫
ଚାରି କୁମ୍ଭମେଳା ହୁଅଇ ପବିତ୍ର ଗଙ୍ଗାକୂଳେ ।
ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ମେଳି ହୁଏ ସେଠାରେ।।୬
ମହାଶିବରାତ୍ରୀ ଜନମାଷ୍ଟମୀ ରାମନବମୀ ।
ରଥଯାତରା ଶ୍ରୀଗଣେଷ ପୂଜା ଖୁଦୁରୁକୁଣୀ।।୭
ପୋଙ୍ଗଲ ଇଷ୍ଟର ଲୋସାର ଗୋବର୍ଦ୍ଧନ ପୂଜନ ।
ଖ୍ରୀଷ୍ଟମାସ ଇଦ୍-ଉଲ୍-ଜୁହା ଦୀପାବଳୀ ପାଳନ।।୮
ହୋଲି ମହରମ୍ ଦଶରା ରଜ ଓ ଦୀପାବଳୀ।
ପାଳି ଭାରତୀୟ ଦେଖାନ୍ତି ବିଶ୍ୱେ ଏକତା ମେଳୀ ।।୯
ଏ ପର୍ବ ପାଳନ ଦେଖିଣ ସ୍ଵର୍ଗେ ଦେବତା ଗଣ ।
ଇଛନ୍ତି ଭାରତେ ନେବାକୁ ମଣିଷର ଜନମ ।।୧୦

ସାଗର କୁମାର ପରିଡା
ରାଇଘର, ନବରଙ୍ଗପୁର
ମୋ-୯୯୩୭୫୨୭୦୬୫

Leave a Reply

Your email address will not be published. Required fields are marked *