ସମାଜ ସେବାର ଛଅ ମୂଳମନ୍ତ୍ର

ଲେଖକ ପରିଚୟ

ଅଶ୍ଵିନୀ କୁମାର ବାଗ
ସଦ୍ୟ ପୋଷ୍ଟ

Read More

ଜ୍ଞାନର ପ୍ରତୀକ ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ।
ସମାଜ ସେବା ପାଇଁ ବାବା ସାହେବଙ୍କ ଆହ୍ୱାନକୁ ନେଇ ମୋ କବିତା

“ସମାଜ ସେବାର ଛଅ ମୂଳମନ୍ତ୍ର”

ସମୃଦ୍ଧ ସମାଜ ଗଠନର
ଲକ୍ଷ୍ୟ ନେଇ
ସାଜ ତୁମେ ଜାଗ୍ରତ ପ୍ରହରୀ ,
ହକ ଅଧିକାର ଉନ୍ନତି ପ୍ରଗତି
ପାଇଁ ଉଠାଅ ଉଲଗୁଲାନ ସ୍ୱର ।।
ଧନ ମନ ଜ୍ଞାନ ଯଉବନ
ସମାଜ ହିତ ପାଇଁ
କର ସମର୍ପଣ,
ପ୍ରତ୍ୟେକ୍ଷ ଭାବରେ ରହୁ
ତୁମ ଅଂଶୀଦାର ।।

ଯଦି ଜାଳି ନ ପାରୁଛ
ସଂଗ୍ରାମର ବହ୍ନି,
ହାତରେ ଧର ଲେଖନୀ
ରୂପୀ ତରବାରୀ ।।
ସମାଜ ହିତେ ବାଣ୍ଟିଚାଳ
ଜ୍ଞାନର ଆଲୋକ
ଅଜ୍ଞାନ ରୂପୀ ତାମସାକୁ
କର ଦୁରୀଭୂତ
ଅନ୍ଧଶ୍ରଦ୍ଧା ପାଖଣ୍ଡତାକୁ ଦିଅ ମାରି ।।

ଯଦି ନ ପାରୁଛ ଲେଖି
ହୃଦେ ନାହିଁ ଯଦି ତୁମ ସୃଜନଶୀଳତା ।।
ସୁପ୍ତ ସମାଜକୁ ଜାଗ୍ରତ କରିବାର
ଗୁରୁଦାୟିତ୍ୱ କର ହେ ବହନ
ପ୍ରତି ଜନମାନସରେ ଭରିଦିଅ
ସଚେତନତାର ବାର୍ତ୍ତା ।।

ଯଦି ନ ଦେଇ ପାରୁଛ
ସଚେତନର ବାର୍ତ୍ତା,
ନ କରି ପାରୁଛ ସାମାଜ ହିତ
ପାଇଁ ପଦେ ଉଚ୍ଚାରଣ ।।
ଖୋଲା ହୃଦୟରେ ତା
ହାତରେ ମିଶାଅ ହାତ
ଯିଏ ସମାଜ ହିତ ପାଇଁ
ସମର୍ପି ଦେଇଛି ତା ମନ ପ୍ରାଣ ।।

ଯଦି ଏସବୁ ବି ତୁମ ପକ୍ଷେ
ନ ହୁଏ ସମ୍ଭବ ।
ରହି ଯାଅ ନାହିଁ ଭାଇ
କେବେ ବି ନିରବ ।।
ଯିଏ ସର୍ବସ୍ୱ ତ୍ୟାଗକରି
କରୁଛି ସଂଗ୍ରାମ,
ଯିଏ ସମାଜ ହିତ ପାଇଁ
ଲେଖେ ହାତରେ ଲେଖନୀ ଧରି ।
ତା ପାଇଁ ବଢ଼ାଇ ଦିଅ
ସହଯୋଗର ହାତ,
ତୁମ ଟିକିଏ ସାହାଯ୍ୟରେ ସେ
ଆଗକୁ ଯିବ ମାଡି ।।

ଯଦି ଏସବୁ ବି ତୁମ ପକ୍ଷେ
ନ ହୁଏ ସମ୍ଭବ
ଯଦି ସମାଜ ପାଇଁ
ଦେଇ ପାରିବିନି କିଛି ଅବଦାନ ।
ଭଙ୍ଗନାହିଁ ତା ମନୋବଳ
ଯିଏ ସମୃଦ୍ଧ ସମାଜ ଗଠନର
ନିତି ଦେଖେ ସ୍ବପ୍ନ ।।
ଯଦି ନ ଦେଇ ପାରୁଛ
ସାହାଯ୍ୟ ସହଯୋଗର ହାତ ,
ତା କାର୍ଯ୍ୟରେ କେବେ
ହୁଅନି ପାଚେରୀ ।।
କାରଣ ତୁମ ଅଧା ବୋଝକୁ
ବୋହି ନିଏ ସିଏ
ତା କାନ୍ଧରେ ଧରି ।।

ଅଶ୍ବିନି କୁମାର
ସହକରୀ ଶିକ୍ଷକ
ସରକରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ ଚକଳାପଦର
ଝରିଗାଁ ନବରଙ୍ଗପୁର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ