କାନ୍ଦୁଛି ଧରଣୀ
ଆଜିବି ଗର୍ବରେ କହି ହେଉଛନ୍ତି
ଦେଶ ଯେ ଆମର ସ୍ଵାଧୀନ
ନିର୍ଭୟା ଆଖିରୁ ଧାର ଧାର ଲୁହ
ତାରିଖ ନିଏ ତା ଜୀବନ
ଭାବୁଛେ ଆମେ ଯେ ସ୍ଵାଧୀନ
ଆଜିବି ଅନ୍ୟର ଅଧିନ
ଅହିଂସା ମାର୍ଗରେ ଚାଲୁଛନ୍ତି ସିନା
ଗର୍ବି ଅହଂକାରୀ ହୋଇ
ନାରୀ ସମ୍ମାନରେ ଜନନୀ ସତରେ
ପାରୁନି ସ୍ଵାଧୀନ ହୋଇ।।
ଆମେ ଭାବୁଛନ୍ତି ଭାରତ ମା ମୋ
ପିନ୍ଧିବ ସ୍ଵଧୀନ ମାଳା।।
ପୋଷଣ ନାଆ ରେ ଶୋଷଣ ଚାଲିଛି
ଆଇନି ଆଖିରେ କଳା କନା
ଦେଖିବା ଲୋକ ତ ସବୁ ଦେଖୁ ଥାଏ
କେହି ନାହିଁ ମୂକ ସାକ୍ଷୀ
କାନ୍ଦୁଚି ଧରଣୀ ଏ ଦେଶ ମାଟିରେ
ସାହି ପାରୁନାହିଁ କିଛି ।।
ଏବେ ବି ସମୟ ରହିଛି ତୋ ପାଶେ
ସୁଧାରି ନେ ତୁ ନିଜକୁ।।
ଧିକ ତୁମ ଜନ୍ମ ଏଦେଶ ମାଟିରେ
ଧିକ ତୁ ମନିଷ ଜନ୍ମ କୁ ।।
ଦେବବ୍ରତ ବାରିକ
ସମ୍ପାଦକ : ପ୍ରୀତି_ପ୍ରଣତି
ଆନନ୍ଦପୁର, କେନ୍ଦୁଝର
