ତୁମେ – ଦୀପିକା ଦାଶ

ଲେଖକ ପରିଚୟ

ଦୀପିକା ଦାଶ
ବ୍ରହ୍ମପୁର, ଗଞ୍ଜାମ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

..ତୁମେ..
ଜୀବନର ଦୋ ଛକିରେ
ନିଜ ଲୋକ ସବୁ ହାତ ଛାଡିଲା ପରେ
ଚିହ୍ନାମୂଁହ ସବୁ ଅଚିହ୍ନା ପାଲଟିଲା ପରେ
ଜୀବନର ପରିଧିକୁ ପ୍ରବେଶ କରିଲ ତୁମେ ।0।
ଯନ୍ତ୍ରଣାରେ ଜର୍ଜରିତ ହୃଦୟକୁ,
ପୁଣିଥରେ ଆଶାର ଆଲୋକ ଦେଖାଇ
ପ୍ରେମର ବନ୍ଧନରେ ବାନ୍ଧିନେଲ ତୁମେ।1।
ଖୁସିର ସ୍ୱରୁଜ ଅସ୍ତ ହେଲା ପରେ
ରଶ୍ମିହୋଇ ଜୀବନରେ ଉଦୟ ହେଲ ତୁମେ।2।
କେଉଁ ଦୁନିଆରୁ ଆସିଲ,
କେମିତି ଆସିଲ
କିଛି ବୁଝିବା ଆଗରୁ
ହୃଦୟକୁ ସମ୍ପୂର୍ଣ ଜିଣି ସାରିଥିଲ ତୁମେ ।

(ଦୀପିକା ଦାଶ)


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ