ଗୋଟିଏ ମୁହୂର୍ତ୍ତ
ହଜାରେ ଭିଡ଼ ଭିତରେ
ତୁମକୁ ପାଇଥିଲି ମୁଁ
ଏକ ଅସ୍ପଷ୍ଟ ଚ଼ିତ୍ର ଭାବେ,
ଆଉ ଆଙ୍କିଥିଲି ତୁମ ଚ଼େହେରା
ସ୍ପଷ୍ଟ ଆଉ ନିରବତା ର ରୂପ ଦେଇ
ସେଇ ଗୋଟିଏ ମୁହୂର୍ତ୍ତ ରେ।୧।
କେତେ ଯେ ଥିଲେ
ମାତ୍ର ଦୁଇ ଆଖି ଯେ ବ୍ଯାକୁଳ
ଖାଲି ଖୋଜୁଥିଲେ ତୁମକୁ,
ଆଉ ଆଜି କହୁଥିଲା ସେ
ତୁମେ ପୁଣି ଦେଖାହେବ ବୋଲି
ଗୋଟିଏ ମୁହୂର୍ତ୍ତ ର ଦ୍ବାରଦେଶ ରେ।୨।
ଆଜି ବି ଆଖି ଚ଼ାଲିଯାଏ
ସେହି ଅଭୁଲା ନିର୍ଦ୍ଦିଷ୍ଟ ଜାଗାକୁ
ଯେଉଁଠି ତୁମକୁ ଦେଖିଥିଲି,
ମୋର ଗୋଟିଏ ପଲକ ରେ
ଆଉ ଭାବେ ଆଜି ଆସନ୍ତନି ତୁମେ
ଗୋଟିଏ ପ୍ରେମମୟ ମୁହୂର୍ତ୍ତ କୁ ନେଇ।୩।

ପଢିବାକୁ ଭୁଲନ୍ତୁ ନାହିଁ
ବୋଧହୁଏ ମନର ପାଗଳାମି
କି କ’ଣ ଜାଣିପାରେନି ଆଜି
ତଥାପି ଆଖି ଫେରାଇବାର ଅନିଛ୍ଛା,
ଯାଏ ସବୁଦିନ ମୁଁ ଦେଖିବାକୁ ସେଠାକୁ
ଆଉ ଅନୁଭବ କରେ ତୁମକୁ ଭିଡ଼ ଭିତରେ
ସେଇ ଗୋଟିଏ ମୁହୂର୍ତ୍ତ କୁ ସାଙ୍ଗ ରେ ନେଇ।୪।
