ହେ ରାଧା ମାଧବ – ସଞ୍ଜୁକ୍ତା ରାଉତ
ଦୋଳ ବିମାନରେ
ବୁଲୁଛ ତ ଘରେ ଘରେ ୲
ସବୁ ହୃଦୟରେ ,
ପ୍ରେମ ଭରିଦିଅ
କ୍ରୋଧ , ହିଂସା ଯାଉ ଦୂରେ ୲ ୲
ହୃଦୟଟା ହେଉ
ଦେବାଳୟ ସମ
ମନ ହେଉ ନିରିମଳ ୲
ସ୍ନେହ ପୀରତିର
ରଙ୍ଗରେ ରଙ୍ଗୀନ
ସବୁରି ଜୀବନ କର ୲ ୲
ନ ଲାଗୁ ଜୀବନ
ରଙ୍ଗହୀନ ସମ
ହେଉ ସଦା ମଧୁମୟ ୲
ହୋଲି ରଙ୍ଗ ଠାରୁ ,
ନିଅାରା ସେ ରଙ୍ଗ
ହୃଦ କରେ ଯେବେ ଜୟ ୲ ୲
ଆଜି ଏ ଦିନରେ
ହୋଲି ଅବସରେ
ଦେଇ ମୁଁ ପାରୁନି କିଛି ।
ରାଧା ନୁହେଁ,ହେଲେ
ରାଧାଙ୍କ ଛାଇ ମୁଁ
ରାଧା ପ୍ରେମେ ହଜିଅଛି ।।
ସାଧାରଣ ନେତ୍ରେ
ତୁମ ଦୁହିଁଙ୍କର
ପୀରତି ଥିଲା ପାର୍ଥିବ ।
ମୋ’ଆଖିରେ ତାହା
ମୈତ୍ରୀ ଆବାହକ
ଦିବ୍ୟ ଚେତନା, ଦୁର୍ଲଭ ୲ ୲
ହେ ରାଧା ମାଧବ
ସୁଶ୍ରେୟଃ ଯାଦବ
ପୁଣ୍ୟ ପର୍ବ ଅବସରେ ।
ଏକାନ୍ତ ମିନତୀ
ନିଷ୍କାମ ପୀରତି
ଭରିଦିଅ ସଂସାରରେ ।।
