ଅବ୍ୟକ୍ତ ଭାବନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଅବ୍ୟକ୍ତ ଭାବନା
ବାସନ୍ତି ଲତା ଜେନା

ଶ୍ରୀକ୍ଷେତ୍ରକୁ ଦିନେ ଯାଇଥିଲି ବୁଲି
ଦେଖିବି ବଡ଼ ଠାକୁର
ଶ୍ରୀମନ୍ଦିର ଗଲି ଦୀପ ଧୂପ ଧରି
ବ୍ୟାକୁଳ ମନ ଅସ୍ଥିର l 1l
ଚକା ନୟନକୁ ଦର୍ଶନ କରିଲି
ମନ ମୋର ହେଲା ତୃପ୍ତ
ତା ତୁଳସୀ ପତ୍ର ତୁଣ୍ଡରେ ମୁଁ ଦେଲି
ଆତ୍ମା ମୋର ହେଲା ଶାନ୍ତ l 2l
ଭାବିଲି ଦେଖିବି ମହୋଦଧି ତୀର
ସାଗର କୂଳକୁ ଗଲି
ଢେଉ ପରେ ଢେଉ ମାଡି ଆସୁ ଥିଲା
କି ସୁନ୍ଦର ଭାବୁ ଥିଲି l 3l
ସାଗର ବେଳାରେ ବାଲି ରେଣୁକାରେ
ବସି ଗଲି ଦଣ୍ଡେ ମୁହିଁ
ନାଚି ନାଚି କରି ଢେଉ ତ ଆସିଲା
ମୋ ପାଦକୁ ଦେଲା ଛୁଇଁ l 4l
କହିଲି ଲୋ ଢେଉ କେଡେ ଭାଗ୍ୟବତୀ
ଅଛୁ ତୁ କେତେ ଖୁସିରେ
ତୋହ ପରି ଭାଗ୍ୟ ମୋର କାହୁଁ ହେବ
ନିଶହାୟେ ଅଶ୍ରୁ ଝରେ l 5l
ଢେଉ ତ ସୁନ୍ଦରୀ ମୁହଁ ଶୁଖାଇଲା
ଆଖି ଛଳ ଛଳ କରି
ସାଗରେ ମିଶିଛି କେତେ ନଦନଦୀ
ପ୍ରେମ ମୋର ସ୍ବପ୍ନ ପରି l 6l
ସାଗର ପ୍ରେମରେ ବନ୍ଧା ମୁଁ ହୋଇନି
ଏଇ ପରା ମୋର ଦୁଃଖ
ଲବଣl କ୍ତ ଶରୀର ସାଗରର ଦେହ
କିପରି ପାଇବି ସୁଖ l 7l
ହୃଦୟର ଦୁଃଖ ହୃଦୟରେ ଚାପି
ନିତି ଆସେ କୂଳ ମାଡି
ସମସ୍ତଙ୍କ ପାଦ ଧୌତ କରି ଦିଏ
କାହାକୁ ନ ପାରେ ଛାଡି l 8l
ସମସ୍ତଙ୍କୁ ଦେଖି ଏହି ମୋର ଖୁସି
ଫୁଲି ଫୁଲି ଉଠେ ହସି
ଅବ୍ୟକ୍ତ ଭାବନା ମନେ ମୋର ଥାଉ
ତୁମ ସାଥେ ହେବି ଖୁସି l 9l
କହିଲି ଲୋ ଢେଉ ଦୁଃଖ କର ନାହିଁ
କାଳ ରାତ୍ରି କଟି ଯିବ
ସେ ଦିନ ପାଇବୁ ସାଗରର ପ୍ରେମ
ଅତୁଟ ବନ୍ଧନ ହେବ l 10l
ସୁନା ଝିଅ ପରି ସବୁ ଶୁଣୁ ଥିଲା
ମୋ କଥାକୁ କାନ ଦେଇ
ହସି ଦେଇ ଟିକେ କହିଲା ଗୋ ସଖୀ
ଯାଉଛି ସାଗର ଭୂଇଁ l 11l
************
ବାସନ୍ତି ଲତା ଜେନା
ଗାନ୍ଧିନଗର, ପୋଷ୍ଟ, /ଜିଲ୍ଲା :
ନବରଙ୍ଗପୁର, ପିନ କୋଡ଼ :
764059.
ମୋ :8658655979

Leave a Reply

Your email address will not be published. Required fields are marked *