କରିଥିଲେ ପାଇ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଟେକାଟିଏ ମାରିଥିଲେ
ପଥରଟିଏ ଥୁଆ
ଜାଣିକି ନ ଥିଲ ସରବେ
ହେଲ ବେମରୁଆ ॥

ଆକାଶଠୁ ମାଟିଯାଏଁ
ତୁମ ହାକିମାତି
କେତେ ସେ ସହିବ
ତୁନି ହୋଇ ମଥାପାତି ॥

ବନାନୀକୁ ପଦା କରି
ଗଢିଲ ସହର
ମାଟି ଛାତି ଚିରି
କାଢିଲ ପଥର ॥

କାରଖାନା କାରିଗରି
ନକହିଲେ ଭଲ
ପବନକୁ ଧୁଆଁ ଛାଡି
ଭରିଲ ଗରଳ ॥

ନଦୀକୁ ଛାଡିଲ
ଯେତ ନର୍ଦମା ଜଳ
ଜଳଜୀଵ ଜୀବନ
କି ଡହଳ ବିକଳ ॥

ଯାନ ବିନା ମାନ ଯେହ୍ନେ
ହୋଇଯାଏ ହାନି
ହେଉ ପଛେ ପ୍ରଦୁଷଣ
ମନେ ନାହିଁ ଗ୍ଲାନି ॥

କରୋନାର କରୁଣାରେ
ନଭ ଉଲ୍ଲସିତ
ଧରଣୀ ତା କାନେ କହେ
ମୋ ଶୋକ ବୁଝିଲୁତ ॥

ହାହାକାର ମଣିଷର
ପ୍ରଭୁ ଶୁଣୁଥାଇ
ମଉନେ ଉତ୍ତରିଥାନ୍ତି
କରିଥିଲେ ପାଇ ॥

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ, କଟକ
ଦୂରଭାଷ: ୯୦୭୮୫୭୯୬୧୨
(ପ୍ରତିଯୋଗିତା ନିମନ୍ତେ କବିତାଟି କରୋନା ବିଷୟକ)


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ