ଥିଲା ଜଣେ ଛୋଟ ପିଲା – ହରିଶ୍ଚନ୍ଦ୍ର ହୋତା
ଥିଲା ଜଣେ ଛୋଟ ପିଲା
ଗାଆଁ ଗାଆଁ ବୁଲି ଖବର କାଗଜ
ନିତି ସିଏ ବିକୁଥିଲା l
ସେହି ଛୋଟ ପିଲା ବଡ଼ ହୋଇ ଦିନେ
ବନିଗଲେ ରାଷ୍ଟ୍ରପତି,
ଅଲିଭା ଦୀପ ସେ ଅବଦୁଲ କଲାମ
ଏ ଦେଶ ଅଲିଭା ଜ୍ୟୋତି ll
ବାର ବରଷର ପିଲା
ପଥୁରିଆ ଘରେ ବଢ଼େଇ କୁଳରେ
ଦିନେ ସେ ଜନମି ଥିଲା l
ସେହି ଛୋଟ ପିଲା କୋଣାରକ ଶିରେ
ବସାଇ ଦଧିନଉତି,
ଇତିହାସ ବୁକେ ଧରମା ନାମରେ
ନାମତା ଦେଲା ସାଇତି ll
ଛୋଟ ଝିଅଟିଏ ଥିଲା
ସେବା, ଶାନ୍ତି ପାଇଁ ସାରା ଜଗତରେ
ନିଜ ଖ୍ୟାତି ରଚିଗଲା l
ସେହି ଛୋଟ ଝିଅ ମଲାଲା ୟୁସୁଫ
ଜାଇ ପାକିସ୍ତାନ ଝିଅ,
ନୋବେଲ ବିଜେତା ଜଗତଜିତା କୁ
ଭୁଲିକେ ପାରିବ କୁହ?
ଛୋଟ ପୁଅଟିଏ ଥିଲା
ନଉକା ବାହି ସେ ଦୂର ପଥିକଙ୍କୁ
ନଈ ପାରି କରୁଥିଲା l
ସେହି ଛୋଟ ପିଲା ବାଜି ରାଉତ ଯେ
ଦେଶ ମାଆ ପାଇଁ ଦିନେ,
ବିଦେଶୀ କମାଣ ଆଗେ ଛାତି ପାତି
ରହିଲା ସଭିଙ୍କ ମନେ ll
ତୁମ ପରି ଛୋଟ ପିଲା
ଚାହା ବିକୁଥିଲା ରେଳ ଷ୍ଟେସନରେ
ବୁଲି ବୁଲି ଧରି ଠେଲା l
ସେହି ଛୋଟପିଲା ବଡ଼ ହୋଇ ଆଜି
ଏ ଦେଶ ପ୍ରଧାନମନ୍ତ୍ରୀ,
ନରେନ୍ଦ୍ର ମୋଦି ସେ ଦେଶ ଗଠନର
ସାଜିଛନ୍ତି ଶ୍ରେଷ୍ଠ ଯନ୍ତ୍ରୀ ll

ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ,
ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ,
ରାଇରଙ୍ଗପୁର, ମୟୁରଭଞ୍ଜ, 9438745662
