ତର୍ଜମା
*******ତର୍ଜମା *********
*********’**************
ଭଲ ବନ୍ଧୁ ବୋଲି କହିବା ତାହାକୁ
ବିପଦେ ଯେ ହୁଏ ସlହl
ଭଲ ସାଥି ଟିଏ କହିବା ତାହାକୁ
ଦୁଃଖରେ ଯେ କରେ ଆହା l
ଭଲ ନଦୀ ଟିଏ କହିବା ତାହାକୁ
ଯେଉଁଠି ଚାଲୁଛି ନlଅl
ରୁତୁ ରାଜ ନାମେ ପରିଚିତ ସିଏ
ବହିଲେ ମଳୟ ବାଆ l
ପୁତ୍ର ଭଳି ପୁତ୍ର ସେ ଏକା ସଂସାରେ
ରଖେ ଯେ ପିତାଙ୍କ ଟେକ
ଗାଆଁ ଭଳି ଗାଆଁ ଲlଗଇ ସେ ଗାଆଁ
ଯେଉଁଠି ଏକତା ଲୋକ l
ସଭା ଭଳି ସଭା ନ୍ୟାୟ ମିଳିଥାଏ
ଥିଲେ ଜ୍ଞାନୀଗୁଣୀ ଜନ
ସେହି ଛାତ୍ର ହୁଏ ସମାଜରେ ଶ୍ରେଷ୍ଠ
ହେଲେ ଚରିତ୍ର ଗଠନ l

ଦୁଃଖ କଷ୍ଟ ସବୁ ହରଣ କରଇ
ଥିଲେ ବାଣୀ ମଧୁରତା
ସେହି ଗୁଣ କରେ ସବୁଠାରେ ଜୟ
ଥିଲେ ବିନୟ ନମ୍ରତା l
ସେହି ଧନ ଏକା. ମୂଲ୍ୟ ବୃଦ୍ଧି କରେ
ଯଥା ଶକ୍ତି କଲେ ଦାନ
ସେହି ଶିଶୁ ହୁଏ ସୁଜ୍ଞାନୀ ବିଜ୍ଞାନୀ
ପାଠରେ ରଖିଲେ ମନ l
ସେହି ଘର ହୁଏ ସରଗ ସମାନ
ଥିଲେ ସ୍ନେହ ପ୍ରେମ ସିନା
ସେହି ପ୍ରେମ ହୁଏ ଚିର ଶାଶ୍ୱତ
ଯହିଁ ନ ଥାଏ ଛଳନା l
ମାନବ ବାଦର ମୂଳମନ୍ତ୍ର ନେଲେ
ହୁଏ ଆଶିଷ ବର୍ଷଣ
ନେତା ନାମ କରେ ସାର୍ଥକ ସେ ଜନ
ହରି ଜନତା କଷଣ l
ପତ୍ନୀ ହୁଏ ସିଏ ସ୍ୱାମୀଙ୍କ ହୃଦରୁ
ଲାଘବ କରେ କଷଣ
ସ୍ଵାମୀ ସେହି ଏକା ତ୍ୟାଗ ପୁତେ ଯେହୁ
କରେ ଭରଣପୋଷଣ l
କବି ସେହି ଏକା ସମାଜ କଲ୍ୟାଣେ
ଚାଲେ ଯାହାର ଲେଖନୀ
ପ୍ରଭୁଙ୍କୁ ସମର୍ପି ଲେଖି ଚାଲିଥାଏ
ଛୋଟ ମନେ କୁମୁଦିନୀ ll
କୁମୁଦିନୀ ବେହେରା, ଅନୁଗୋଳ
