ବନ୍ଦେ ଉତ୍କଳ ଜନନୀ

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବନ୍ଦେ ଉତ୍କଳ ଜନନୀ
ବାସନ୍ତୀ ଲତା ଜେନା

ଉତ୍କଳ ଜନନୀ ବୀର ପ୍ରସବିନୀ
ଶୋଭା ତୋର ଗନ୍ତାଘର
ତୋ ବନ କାନନ ସବୁଜିମା ଭାରା
କୁଳୁତାନ ଝରଣାର l 1l
ନଦ ନଦୀ କେତେ ତୋ ଚରଣ ଧୁଏ
ମହୋଦଧି ଶୋଭା ପାଏ
ବନ କାନନରେ ପ୍ରସ୍ଫୁଟିତ ଫୁଲ
ତୋ ପୂଜାରେ ଲାଗି ଥାଏ l 2l
ପଶୁ ପକ୍ଷୀ ମାନେ ଅଭୟାରଣ୍ୟରେ
ନିର୍ଭୟରେ ବିଚରନ୍ତି
ଡୁଡୁମା ହୀରାକୁଦ ତୋ ଦେହେ ଶୋଭିତ
ଦେଖି ଦେଲେ ମନ ଶାନ୍ତି l 3l
ତୋ ଦେହେ ମଣ୍ଡିତ ବଙ୍ଗୋପ ସାଗର
ସ୍ନାନ କଲେ ପାପ ଧୌତ
ବଡ଼ ଦେଉଳରେ ଦୀପଟେ ଜାଳିଲେ
ସାହା ହୁଅ ଜଗନ୍ନାଥ l 4l
ତୋ ଗୀତ ଗୋବିନ୍ଦ ଓଡିଶୀ ନୃତ୍ୟ ଯେ
ବିଶ୍ବେ ହେଲା ପରିଚିତ
ଆନନ୍ଦ ବଜାରେ ଅଭଡ଼ା ଭୁଞ୍ଜିବା
ନୀଳାଚଳରେ ବିଖ୍ୟାତ l 5l
ମକର ସଂକ୍ରାନ୍ତି ସୂର୍ଯ୍ୟ ପୂଜା ହୁଏ
ସୂର୍ଯ୍ୟ ଦେବ ଅର୍ଘ୍ୟ ଦେଇ
ମକର ଚାଉଳେ ମକର ବାସନ୍ତି
ଚିର ମିତ୍ରତା ପାଇଁ l 6l
ତୋ ଦେହେ ମନ୍ଦିର ଶୋଭା ପାଉଅଛି
ଚିତ୍ର ପଟ କୋଣାର୍କର
ଧରମା କାହାଣୀ ଅମର ହୋଇଲା
ଜାତି କୁଳ ରକ୍ଷା ଭାର l 7l
ଗହ୍ମା ପୂର୍ଣିମାରେ ରକ୍ଷା ବନ୍ଧନ ଯେ
ଭାତୃ ଭଗ୍ନୀ ସ୍ନେହ ପ୍ରେମ
ରେଶମ ଡୋରି ତ ସୁରକ୍ଷା କବଚ
ଉତ୍କଳୀୟ ପ୍ରୀତି ନାମ l 8l
ତୋ ବୀର ସନ୍ତାନ ଶତ୍ରୁକୁ ମାରନ୍ତି
ସୀମାନ୍ତ ରକ୍ଷକ ହୋଇ
ହୋଲି ରଙ୍ଗରେ ଭିଜାଇ ତନୁକୁ କପାଳରେ ଟୀକା ନାଇ l 91
ସାହିତ୍ୟ ସଂସ୍କୃତି ଐତିହ ସ୍ଥାପତ୍ୟ
ପରମ୍ପରାରେ ମଣ୍ଡିତ
ଆଧ୍ୟl ତ୍ମିକ ଯାର ସଂସ୍କାର ଅଟଇ
ପୂଜନୀୟା ସେ ମୋ ମାତ l 10l
:::::::::::::::::::::
ବାସନ୍ତି ଲତା ଜେନା
ଶିକ୍ଷୟିତ୍ରୀ
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ