ମୁଁ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କବିତା : ମୁଁ :
ବାସନ୍ତି ଲତା ଜେନା

ମୁଁ ଶବ୍ଦ ଅଟେ ବହୁତ ଜଟିଳ
ମନେ ଭରେ ଅହଂକାର
ମୋ ଠାରୁ ବଡ଼ କେହିତ ନାହାନ୍ତି
ଭାବୁ ଥାଏ ନିରନ୍ତର l 1l
ମୁଁତ ଯେଉଁଠି ଗରବ ସେଇଠି
ମିଛ ଅଭିମାନ ଭରl
ମୁଁ -ମୁଁ କହି ରସାତଳ ହେଲି
ଜାଣି ନ ପାରିଲି ପରା l 2l
ମୁଁ ଶବ୍ଦ ଅଟେ ଅମାବାସ୍ୟା ରାତ୍ରି
ପୂର୍ଣ୍ଣିମାର ଛାୟା ନାହିଁ
ମୁଁ ବଳ ବାନ ମୁଁ ତ ଶକ୍ତି ମାନ
ମୋ ଠାରୁ କେହି ତ ନାହିଁ l 3l
ମୁଁ ଧନ ଶାଳୀ ନାୟ ମୋ ହାତରେ
ଡର ନାହିଁ ମୋ କାହାକୁ
ମୁଁ ଯାହା ଚାହିବି ତାହା ମୁଁ କରିବି
କହୁଛି ନିଜ ମନକୁ l 4l
ଅହଂକାର ପୂର୍ଣ୍ଣ ଜୀଵନ ମୋର
କେହି ନ ହେଲେ ନିଜର
ମୁଁ ଶବ୍ଦ ମୋତେ ଖାଇ ଦେଲା ପରା
ହେଲି ମୁହିଁ ଛାର ଖାର l 5l
ସମୟ ସ୍ରୋତରେ ହାରିଗଲି ମୁଁ
ଦିଗ ହଜା ପକ୍ଷୀ ହୋଇ
ସଭିଙ୍କୁ ବାର୍ତ୍ତା ଦେଉଛି ଅଧମ
ମୁଁ -କୁ ଡାକନ୍ତୁ ନାହିଁ l 6l
ପର ଉପକାରେ ଜୀଵନ ବିତୁ
ନିଜ ଶକ୍ତି ସାମର୍ଥରେ
ଦୟା କ୍ଷମା ସ୍ନେହ ହୃଦୟେ ରହିଲେ
ସଭିଙ୍କ ଆଶିଷ ଝରେ l 7l
=========
ବାସନ୍ତି ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ଓଡିଶା
ମୋ :8658655979

Leave a Reply

Your email address will not be published. Required fields are marked *