ବାପା
ବାପା
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
ବାପା,
ମୋ ମନ ମନ୍ଦିରେ ଆସୀନ ଦେବତା ,
ଏ ଶରୀର ର ଅନନ୍ୟ ଶ୍ରଷ୍ଠା
ପରିପୂର୍ଣ୍ଣତାର ଏକ ଅମୂଲ୍ୟ ଶବ୍ଦ
ମୋ ଜୀବନ ଆକାଶ ର ମୂର୍ତ୍ତିମନ୍ତ ଜୀବନ୍ତ ଆଦିତ୍ୟ ।।
ବାପା,
ଅସରନ୍ତି ଆଶା, ଅଭିଳାଷ ର
ନିଶ୍ଚିତ ଭରଷା
ଅନେକ ସ୍ଵପ୍ନ, ସମ୍ଭାବନା ର
ରୂପକାର ବାପା ।।
ବାପା,
ସତ୍ୟର ମହାନ ପ୍ରତୀକ
ଚକ୍ଷୁର ପ୍ରତିଟି ପଲକ
ଜୀବନ ଯାତ୍ରା ର
ପଥ ପ୍ରଦର୍ଶକ ।।
ବାପା,ବେଦର ପ୍ରଥମ ମନ୍ତ୍ର
ଜୀବନର ଅନ୍ତରୀକ୍ଷ
ସତ୍ୟ,ଧର୍ମ, ତପସ୍ୟା ର
ମହାନ୍ ନାୟକ
ବିଶ୍ଵାସର ସ୍ଵତ୍ସ ଆଲୋକ ।।
ବାପା, ସେ ତଥାଗତ,ସେ ସର୍ବଜ୍ଞ
ସାକ୍ଷାତ ବିରଞ୍ଚିନାରାୟଣ
ସେ ଅପାନ, ସମାନ, ଉଦାନ
ହୃଦୟ ର ପ୍ରତିଟି ସ୍ପନ୍ଦନ ।।
ବାପା, ମଜଭୁତ ଅଦ୍ଭୁତ
ଛାତ ତଳ ଶୀତଳିତ ଛାଇ
ଜୀବନ ଦୀପର ବଳିତା
ତିଳ ତିଳ ଜଳି ଜଳି ଆଲୋକ ବିତରେ
ସେମିତି କେ ଆଉ ନାହିଁ
ସେ ମୋ ଜୀବନ ଆକାଶ ସବିତା
ବାପା ।।
