ସ୍ୱୀକାରୋକ୍ତି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

*****ସ୍ୱୀକାରୋକ୍ତି ********
***********************
ଲୋଡ଼ା ନାହିଁ ମୋର ଗହଣା ଭଣ୍ଡାର
ପାଟ ପିତାମ୍ବରୀ ଶାଢ଼ି
ଲୋଡ଼ା ନାହିଁ ମୋର ରଙ୍ଗ ବେରଙ୍ଗର
ବିଭିନ୍ନ ମଡେଲ ଗାଡି l

ଲୋଡ଼ା ନାହିଁ ମୋର ଦର୍ପଣ ପଛର
ଦାମୀ ଦାମୀ ପ୍ରସାଧନ
କିବା ଆବଶ୍ୟକ ପlଦକୁ ପାଦପ
ଅଙ୍ଗକୁ ମୋ’ ଆଭୁଷଣ l

ଲୋଡ଼ା ନାହିଁ ମୋର ବଜାର ବୁଲିବା
ଅବl ସିନେମା ଥିଏଟର
ହୋଟେଲରେ ଯାଇ ବନ୍ଧୁ ମିଳନରେ
ଖାଇବା ପାଇଁ ଆହାର l

କିବା ଲୋଡ଼ା ମୋର ବିଦେଶ ଭ୍ରମଣ
ପିଲାଙ୍କ ଚାକିରି ଆଳ
ସ୍ଵଦେଶ ପୀରତି ମୋ ପାଇଁ ସମ୍ପତ୍ତି
ବିଦେଶ ଗସ୍ତ ମୋ’ କlଳ l

ପୂଜା ବାହାନlରେ ଝୁମି ନାଚିବାକୁ
ଅଶ୍ଳୀଳ ନୃତ୍ୟର ତାଳେ
ଚାହିଁଲେନି ପ୍ରଭୁ ମୋ ଅଧର୍ମ ପଣ
ଲୁଚିଲେ କରୋନା ଆଳେ l

ଧନ, ଜ୍ଞାନ ମlନ ଗର୍ବ ଅହଙ୍କାରେ
ଥାଏ ନିଶାର ଭୋଳରେ
ଆତ୍ମ ବଡ଼ିମାକୁ ପ୍ରଦର୍ଶନ କରେ
ବିବାହ ବ୍ରତ ଆଳରେ l

ଲୋଡ଼ା କିବା ଆଉ ‘ତୋ’ ‘ମୋ’ ତୁଳନା
କlଳ ହଜାଇଛି ନିଦ
ଜରୁରୀ ହେଉନି ବାହାସ୍ଫୋଟ ଆଉ
ଲୋଡ଼ା ହେଉନି ସମ୍ପଦ l

ମନ ଖୋଜେ ଆଜି ବାପା ସାଇକେଲ
ମାଆର ପଣତ ତଳ
ଗୋଟିଏ ଥାଳିରେ ଖାଇ ଖେଳୁଥିବା
ବାଘ ବଜାରିର ଖେଳ l

ସକାଳ ସଞ୍ଜରେ ରଙ୍ଗିନ୍ ଆକାଶ
ଗୋମାତାର ହମ୍ବାରଡ଼ି
କିଚିରି ମିଚିରି ପକ୍ଷୀ କଳରବ
ଅଜାଙ୍କର ବେତ ବlଡି l

ସଜ କୁସୁମର ମହମହ ବାସ
ଚଉରା ମୂଳ ମୁରୁଜ
ସଞ୍ଜ ଆଳତୀର ଘଣ୍ଟ ଘଣ୍ଟା ନାଦ
ମନକୁ କରେ ସତେଜ l

ଆସ ଫେରିଯିବା ସେ ସଂସ୍କୃତି ପାଶେ
ଯେଉଁଠି ଅଛି ବିଶ୍ଵାସ
ମଣିଷକୁ ମାରି ପୃଥିବୀ ଜିଣିବା
ନାହିଁ ଘୃଣ୍ୟ ଅଭିଳାଷ l

ନ’ ଥିବ ସେଠାରେ ନକଲି ହସକୁ
ଅସଲି କରୋନା ଭୟ
ଥିବ ଖାଲି ସେଠି ନିର୍ମଳ ଅନ୍ତରେ
ଜୀବଙ୍କ ପ୍ରତି ଶ୍ରଦ୍ଧେୟ l

ସୁଖ ବାଣ୍ଟିବାର ଅଦମ୍ୟ ଇଚ୍ଛାଟା
ଖୋଜେ ଶାନ୍ତିର ଫରୁଆ
ପଶୁ, ପକ୍ଷୀ, ଜୀବ ଜଗତ ଗହଣେ
ଗଢିବା ନୂଆ ଦୁନିଆଁ l

ଗର୍ବ, ଦମ୍ଭ, ଅହଂ ଦେବାକୁ ସମାଧି
କରୋନା ଶିଖେଇ ଦେଲା
କୁମୁଦିନୀ କହେ ପଡି ମାୟା ମୋହେ
ବୁଡାଇ ଦିଅନା ଭେଳା l
କୁମୁଦିନୀ ବେହେରା, ଅନୁଗୋଳ

Leave a Reply

Your email address will not be published. Required fields are marked *