ଉତ୍ତମ ସଂସ୍କାର କାହାକୁ କହିବା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆସ କିଛି ଜାଣିବା…….୧୮୫

ଉତ୍ତମ ସଂସ୍କାର କାହାକୁ କହିବା

ମନ୍ତ୍ରୀଙ୍କ ପୁଅ ଯେତେବେଳେ ରାଜପରିଷଦରେ ଯୋଗ ଦେଲା ରାଜା ଅତ୍ଯନ୍ତ ଆନନ୍ଦିତ ହେଲେ । କାରଣ ମନ୍ତ୍ରୀଙ୍କ ପୁଅ କେବଳ ସୌମ୍ୟଦର୍ଶନ ନ ଥିଲା, ଥିଲା ଜଣେ ଭଲ ଯୋଦ୍ଧା ଏବଂ ଆଚରଣରେ ଅତ୍ୟନ୍ତ ମାର୍ଜିତ । ରାଜା ସର୍ବଦା ମନ୍ତ୍ରୀଙ୍କ ପୁଅର ଉଦାହରଣ ଦେବାରେ ଲାଗିଲେ ।
ଦିନକର କଥା । ରାଜା ମନ୍ତ୍ରୀଙ୍କ ପୁଅର ପ୍ରଶଂସା କରୁଥିବା ବେଳେ ରାଣୀ କହିଲେ-ମୋତେ ଲାଗୁଛି ଆପଣ ବୋଧହୁଏ ଭୁଲି ଯାଇଛନ୍ତି । ଆପଣ ଥରେ ମନ୍ତ୍ରୀଙ୍କ ପୁଅର ଆଚାର ବ୍ୟବହାରକୁ ବାହାରେ ଲକ୍ଷ୍ୟ କରନ୍ତୁ । ତା’ ପରେ କୌଣସି ସିଦ୍ଧାନ୍ତରେ ପହଞ୍ଚିବେ । ରାଜା ଏହାଶୁଣିବା ପରେ ଦିନେ ଛଦ୍ମ ବେଶରେ ମନ୍ତ୍ରୀଙ୍କ ପୁଅର ଅନୁଗମନ କଲେ । ସେ ଦେଖିଲେ ମନ୍ତ୍ରୀଙ୍କ ପୁଅ ଘୋଡାରେ ଯାଉଥିବା ବେଳେ ସେଇ ବାଟେ ଚାଲି ଚାଲି ଯାଉଥିବା ଜଣେ ସାଧାରଣ ଲୋକର ପିଠିରେ ଚାବୁକ ପ୍ରହାର କଲେ । ଏହାର କାରଣ ଥିଲା ଚାଲି କରି ଯାଉଥିବା ଲୋକ ଜଣକ ତାର ଅଗୋଚରରେ ମନ୍ତ୍ରୀଙ୍କ ପୁଅର ଯିବା ବାଟକୁ ଓଗାଳୁଥିଲା ।
ଏହାଦେଖି ରାଜା ହତାଶ ହୋଇ ଘରକୁ ଫେରିଲେ । ବାଟରେ ଯାହା ଦେଖିଲେ ସେ ବିଷୟରେ ରାଣୀଙ୍କୁ କହିଲେ । ରାଣୀ ଏହା ଶୁଣି କହିଲେ-ମୁଁ ଜାଣିଥିଲି ଏୟା ହିଁ ହେବ । କାରଣ ଆପଣଙ୍କ ଆଗରେ ମାର୍ଜିତ ଓ ଶିଷ୍ଟ ଆଚରଣ ପ୍ରଦର୍ଶନ ନ କରି ଉପାୟ ନାହିଁ । ସମସ୍ତେ ତାହା ହିଁ କରିବେ । କିନ୍ତୁ ନିଜଠାରୁ ନିମ୍ନ ସ୍ତରରେ ରହୁଥିବା ବ୍ଯକ୍ତିଙ୍କ ପ୍ରତି ଯିଏ ସମ୍ମାନର ସହିତ ଭଲ ବ୍ୟବହାର ପ୍ରଦର୍ଶନ କରିଥାଏ, ଆମେ ତାକୁ ହିଁ କହିବା ଯେ ସେ ଉତ୍ତମ ସଂସ୍କାର ଅଧିକାରୀ ।।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ