ନିଦାଘ – ସୁଧାଞ୍ଜଳି ମିଶ୍ର

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନିଦାଘ ସମୟ ବଡ଼ ନିଦାରୁଣ

ଖରା ହୁଏ ଟାଇଁ ଟାଇଁ ,
ବର୍ହିଗମନକୁ ଲାଗୁଥାଏ ଭୟ
ଝାଞ୍ଜି ବହେ ସାଇଁ ସାଇଁ ।୧।
ଯେତେ ଛତା ଜୋତା ବ୍ୟବହାର କର
ମୁଣ୍ଡ କରେ ଝାଇଁ ଝାଇଁ ,
ଘୋଳଦହି ପିଅ ସତର୍କରେ ରୁହ
ପଡିଯିବ ଠାଇଁ ଠାଇଁ ।୨।
ଜଗତରବାସୀ ହୁଅନ୍ତି ଆତୁର
ଜଳ ହେତୁ ହାଇଁପାଇଁ ,
ତୃଷାତୁର ମନେ ଚାତକ ପକ୍ଷୀଟା
ଆକାଶକୁ ରହେ ଚାହିଁ ।୩।
ନଥିଲେ ନିଦାଘ ଏହି ଧରାପରେ
ବର୍ଷା କି ଆସନ୍ତା ଧାଇଁ ,
ହୋଇବି ନିଷ୍ଠୁର କରେ ଉପକାର
ଜଗତବାସୀଙ୍କ ପାଇଁ ।।୪।।
ଗ୍ରୀଷ୍ମ ଉତ୍ତାପରୁ ବିରତି ପାଇଁକି
ଚନ୍ଦନ ଚର୍ଚ୍ଚିତ ହୋଇ ,
ଚନ୍ଦନ ଯାତ୍ରାରେ ନାବଧରି ଚାପ
ଖେଳୁଥାନ୍ତି ଭାବଗ୍ରାହୀ ।।୫।।
ଶ୍ରୀମତୀ ସୁଧାଞ୍ଜଳି ମିଶ୍ର
ରଘୁପତି ନଗର (୨ୟ), ବ୍ରହ୍ମପୁର -୬
ଫୋନ୍ -୯୩୪୮୮୭୯୭୯୮

Leave a Reply

Your email address will not be published. Required fields are marked *