ବିଶ୍ଵ କରୁ ସନମାନ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ
ବସନ୍ତ ସାମ୍ରାଜ୍ୟେ ପଣା ସଂକ୍ରାନ୍ତିର 
       ଉତ୍ସବ ହେଲା ଘୋଷଣା 
   ଦଣ୍ଡକାଳୀ ବ୍ରତ ସମାପନ ହବ 
         ଭକତ କଲେ  ମାଜଣା….
     ପ୍ରକୃତି ପରବ ସ୍ବତନ୍ତ୍ର ଏ’ଦିନ
            ନବବର୍ଷ ଆମ ଆଜି
   ଓଡିଆ ସଂସ୍କାରେ ମାତୃକୃପା ସାର
          ମନରେ ମାଆଙ୍କୁ ଭଜି 
         ହିଂସା ଦ୍ବେଷ ସବୁ ତେଜି
   ସ୍ନେହ ପ୍ରେମ ପ୍ରୀତି ମମତାକୁ ନେଇ 
         ଭକ୍ତି ଭାବେ ଯିବା ହଜି….  
     ଭକତ ପ୍ରବର ହନୁମନ୍ତ ଜନ୍ମ 
          ଶୁଭବେଳା ଶୁଭଲଗ୍ନ
        ଘେନ ମୋ କୋଟି ପ୍ରଣାମ 
  କଳିଙ୍ଗ ପ୍ରବାସୀ ଦୁଃଖ ଦିଅ ନାଶି 
           ବିଶ୍ବକରୁ ସନମାନ …..

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ