ମୁଁ ( ଦ୍ୱିତୀୟ ଭାଗ )

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କବିତା =ମୁଁ = ( ଦ୍ୱିତୀୟ ଭାଗ )
– – – – – – – – – – – – – – – –
ମୁଁ ଶବ୍ଦ ଅଟେ ଅତ୍ୟନ୍ତ ବିସ୍ତୃତ
ସବୁ କାମେ ଧୁରନ୍ଧର
ମୁଁ ଚାହୁଁ ଥିଲେ ସବୁ କରି ପାରିବି
ମୁଁ ନୁହେଁ ତ ମାତର l 1l
ମୁଁ ପରା ଅଟେ ନାରାୟଣ ଅଂଶ
ସୃଜନର ସୃଷ୍ଟି ଧର
ନୂଆ ଉଦ୍ଭାବନ ନୂଆ ଆବିଷ୍କାର
ମୋ ଚିନ୍ତନ ନିରନ୍ତର l 2l
ପରିଧି ମୋ ନୁହେଁ ସୀମିତ ମାତର
ଖୋଲା ଆକାଶଟେ ପରା
ସାହସ ଶକ୍ତି ଧୈର୍ଯ୍ୟ ରହି ଥିଲେ
ହସି ଉଠିବ ଏ ଧରା l 3l
କେଉଁ କାମ ନୁହେଁ ଅସମ୍ଭବ ଏଠି
ସାଧନାରେ ଥିଲେ ମାତି
ଅସାଧ୍ୟ ସାଧନ ନିଶ୍ଚୟ କରିବେ
ଫଳ ଦେବେ ମହାଯତି l 4l
କର୍ତ୍ତବ୍ୟ ପଥରେ ଆଗେଇ ଚାଲିଲେ
ଆସି ଥାଏ ବାଧା ବିଘ୍ନ
ସବୁକୁ ଏଡାଇ ଅଗ୍ରଗାମୀ ହେଲେ
ଜୀଵନ ହୋଇବ ଧନ୍ୟ l 5l
ପଛରୁ ଗୋଡ଼ କେତେକ ଟାଣନ୍ତି
ସାଥେ ନିନ୍ଦା ଅପମାନ
ସଫଳ ହୋଇଲେ ସେହି ବ୍ୟକ୍ତି କହେ
ବାପାର ରଖିଲା ମାନ l 6l
ମଣିଷର ସ୍ୱାର୍ଥ କିଛି କିଛି ଥାଏ
ନିଜ ପରିବାର ପାଇଁ
ପରିବାର ସାଥେ ଦେଶକୁ ଦେଖିଲେ
ଉତ୍ତମ ବ୍ୟକ୍ତି ତ ସେହି l 7l
ଦୁଃଖୀ ରଙ୍କି ଠାରେ ଦୟା ରଖି ଥିଲେ
ମଣିଷ ପଣିଆ ସେହି
ଶାସ୍ତି ନ ଦେଇଣ କ୍ଷମା କରି ଦେଲେ
ବଡ଼ ପଣ ତାଙ୍କ ଏହି l 8l
ଗାନ୍ଧୀ ଗୋପବନ୍ଧୁ ଯୀଶୁ ପରି ବ୍ୟକ୍ତି
ଉଦାହରଣ ଆମ ପାଇଁ
ତାଙ୍କରି ଅଦର୍ଶେ ଅନୁଗାମୀ ହେଲେ
ଜୀବନେ ଖୁସି ମିଳଇ l 9l
କେତେକ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ
ଅନ୍ୟକୁ ଦିଅନ୍ତି ଦୁଃଖ
ନିଜେ ଧନଶାଳୀ ନିଜେ ବଳଶାଳୀ
ଭାବି ପାଇଥାନ୍ତି ସୁଖ l 10l
ନିଜ ଉପରେ ମୁଁ ଭାରି ପଡି ଯାଉ
ସେ ସୁଯୋଗ ଦିଅ ନାହିଁ
ମୁଁ ଭାରି ହେଲେ ଜୀଵନ ବିଫଳ
ଆଶୀର୍ବାଦ ମିଳେ ନାହିଁ l 11l
ଶେଷ ଜୀବନଟା ଦୁଃଖରେ କଟିବ
ଦିନ ହା -ହୁତାସରେ
ଅତୀତକୁ ଭାବି ଦିନ ବିତି ଯିବ
କେହି ନ ଥିବେ ପାଖରେ l 12l
ମିଠା କଥା ଦୁଇ ପଦ କହୁ ଥିଲେ
ସାହାଯ୍ୟ କଲେ ଟିକିଏ
ସଭିଙ୍କର ପ୍ରିୟ ସେ ବ୍ୟକ୍ତି ଅଟଇ
ଆହାରେ ସେ ତରି ଯାଏ l 13l
“”””””‘”””””‘””””””””””””
ବାସନ୍ତି ଲତା ଜେନା
ଗାନ୍ଧିନଗର , ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *