ବିଷୁବ ସଂକ୍ରାନ୍ତି – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସଉର ମାସର ପ୍ରଥମ ଦିନଟିକୁ
କହି ଥାନ୍ତି ସଙ୍କରାନ୍ତି
ମେଷ ସଂକ୍ରାନ୍ତିର ଅନ୍ୟ ନାମ ଅଟେ
ମହା ବିଷୁବ ସଂକ୍ରାନ୍ତି l1l
ଏହି ଦିନ ଠାରୁ ଗ୍ରୀଷ୍ମ ଋତୁ ଆସେ
ଝାଞ୍ଜି ପବନ ବହଇ
ସୁରୁଜଙ୍କୁ ପଣା ଭୋଗ ଦିଅ ଯାଏ
କ୍ଷୀର ଛେନା କୋରା ଦହି l2l
ତୁଳସୀ ମୂଳରେ ଛାମୁଣ୍ଡିଆ କରି
ଘଡି ବସାଇଣ ଥାନ୍ତି
ଘଡ଼ିର ମଧ୍ୟରେ କଣାଟିଏ କରି
ଜଳ ପୂର୍ଣ୍ଣ କରି ଥାନ୍ତି l 3l
ମାତା ବୃନ୍ଦାବତୀ ଜଳ ଧାରା ପାଇ
ସୁଶୀତଳ ହୋଇ ଥାଏ
ଆଶୀର୍ବାଦ ଦିଏ ସନ୍ତାନ ମାନଙ୍କୁ
ମନସ୍କାମ ପୂର୍ଣ୍ଣ ହୁଏ l 4l
ନଡ଼ିଆ କଦଳୀ ଦୁଗ୍ଧ ଦହି ଛେନା
ପଣାରେ ମିଶାଇ ଥାନ୍ତି
ଅଙ୍ଗୁର ଆପେଲ କାଜୁ ମିଶାଇଣ
ସୁ ମଧୁର କରି ଥାନ୍ତି l 5l
ଠାକୁରଙ୍କ ପାଖେ ପଣା ଭୋଗ ହୁଏ
ବନ୍ଧୁ ଜନଙ୍କୁ ବାଣ୍ଟନ୍ତି
ପରିବାର ଲୋକେ ଖୁସି ମନାଅନ୍ତି
ପଣା ସେବନ କରନ୍ତି l 6l
ବିଭିନ୍ନ ସ୍ଥାନରେ ପାଟୁଆ ଯାତରା
ହୋଇ ଥାଏ ଏହି ଦିନ
ଦଣ୍ଡ ଯାତ୍ରା ହୁଏ ଛଉ ନୃତ୍ୟ ହୁଏ
ହନୁମାନ ଜନ୍ମ ଦିନ l 7l
ଝାମୁ ଯାତ୍ରା ହୁଏ ପଣା ସଂକ୍ରାନ୍ତିରେ
ରଡ଼ ନିଆଁରେ ଚାଲନ୍ତି
ଦେବୀଙ୍କର ନାମ ତୁଣ୍ଡରେ ଧରିଣ
ଭକ୍ତ ପାରି ହୋଇ ଥାନ୍ତି l 8l
ହିନ୍ଦୁ ନବ ବର୍ଷ ପାଳିତ ହୁଅଇ
ପଣା ସଙ୍କରାନ୍ତି ଦିନ
ମନ୍ଦିର ଯାଆନ୍ତି ପୂଜା କରିବାକୁ
ସୁଖେ କଟି ଯାଉ ଦିନ l 9l
ହିନ୍ଦୁ ମାନଙ୍କର ଉତ୍ସବର ଦିନ
ମନ ଖୁସିରେ ନାଚଇ
ବାର ମାସରେ ତ ତେର ପର୍ବ ହୁଏ
ଖୁସିକୁ ବାଣ୍ଟିବା ପାଇଁ l 10l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର. Pic :764059
ମୋ :8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ