ଚେଁ କି ଚକୁଳି ପିଠଉ ବରା – ହରିଶ୍ଚନ୍ଦ୍ର ହୋତା

ଲେଖକ ପରିଚୟ

ହରିଶ୍ଚନ୍ଦ୍ର ହୋତା
ମୂଷାବଣି ସରକାରୀ ଉ.ପ୍ରା. ବିଦ୍ୟାଳୟ, ଭାଲୁବସା, ରାଇରଙ୍ଗପୁର, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚେଁ କି ଚକୁଳି ପିଠଉ ବରା
ମହ ମହ ବାସେ ଖିରି କାକରା
ଅସଲ କଥାଟି ତେଣେ,
କୁନା ଯାଉନାହିଁ ପାଠ ପଢିବାକୁ
ମନ ତା ରହିଛି ଏଣେ |

ଟକଟକ ପାଟି ଟାକର| ଖାଇ
ଥର ଥର କରି ମାରଇ ହାଇ
ଥପ ଥପ ଲାଳ ଗଡେ ,
କି ପାଠ ପଢିବ କୁନା ସେତେବେଳେ
ପିଠା ଯେବେ ମନେ ପଡେ |

ବୁଝି ନେଲେ ବୋଉ କୁନାର ମନ
ଖାଇବାକୁ ଦେଲେ କରି ଯତନ
ଡଗ ଡଗ ହୋଇ କୁନା,
ଆସନରେ ବସି ଖାଇଲା ଚକୁଳି
କୁନା ପରା ଆମ ସୁନା |

ହରିଶ୍ଚନ୍ଦ୍ର ହୋତା, ପ୍ରଧାନ ଶିକ୍ଷକ,
ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ, ରାଇରଙ୍ଗପୁର, ମୟୁରଭଞ୍ଜ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ