ଉତ୍କଳ ପୁଅ – ଚିତ୍ତରଞ୍ଜନ ସାହୁ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ଇତିହାସ ଭାଷେ ଯା’ର ଯଶକୀର୍ତ୍ତି 
ସାଗର ପଖାଳେ ଯା’ର ପାଦ ନିତି
ଯାହାରି ବୁକୁରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କ ସଙ୍ଗେ ବିରାଜିତ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ ।।
ଜୟ ଉତ୍କଳର ଜୟ ।। (୧)
ଅତିଥିଙ୍କୁ ଯହିଁ ମିଳଇ ଆଦର
ଚଣ୍ଡାଶୋକ ଯହିଁ ଲଭିଲା ସଂସ୍କାର
ଚିଲିକା ଯାହାର ସୌନ୍ଦର୍ଯ୍ୟ ବଢ଼ାଏ
ଚିତ୍ରକଳା ଯା’ର କୋଣାର୍କ ଦର୍ଶାଏ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା 
ଜୟ ଉତ୍କଳର ଜୟ।।
ଜୟ ଉତ୍କଳର ଜୟ।। (୨)
ବିରଜା ଯା ପୃଷ୍ଠେ ସ୍ୱୟଂ ବିରାଜିତ
ବାରମାସେ ଯହିଁ ହୁଏ ତେର ଯାତ
ଓଡ଼ିଶି ନୃତ୍ୟ ଯା’ ବିଶ୍ୱବିଖ୍ୟାତ
ଗୌରବ ଯା’ ଇତିହାସରେ ବିଦିତ
ଆମେ ସେ ଉତ୍କଳ ପୁଅ 
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ।।
ଜୟ ଉତ୍କଳର ଜୟ।। (୩)
ଉତ୍କଳ-ଜନନୀ ପତିତପାବନୀ
କେତେ ବୀର ବିରାଙ୍ଗନାଙ୍କ ଜନନୀ
ଝରଣା ଗାଏ ଯା’ ପାଇଁ ରାଗିଣୀ
ମେଦିନୀର ଯିଏ ଅଟେ ସୁନନ୍ଦିନୀ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ
ଜୟ ଉତ୍କଳର ଜୟ।।(୪)

Leave a Reply

Your email address will not be published. Required fields are marked *