ବିଭିନ୍ନତା
******ବିଭିନ୍ନତା********
***********************
ମାନବ ଶରୀରେ ସ୍ଥାପିତ ହୃଦୟ
ସବୁ ହୃଦୟ ନୁହେ ସ୍ନେହ ଭରା
ସ୍ନେହ ପ୍ରେମ ଭରା ଦୁନିଆ ଭିତରେ
ସବୁ ପ୍ରେମ ନୁହଁଇ ହାତଧାରା l
ସମୟ ଚକରେ ଗଡୁଛି ସଂସାର
ସବୁ ବେଳl ନୁହେ ସୁଖରେ ଭରା
ହସ ଖୁସିର ଏ କାହାଣୀ ଭିତରେ
ସବୁ ହସ ନୁହଁଇ ଆତ୍ମହରା l
ଜୀବନ ସଂଗ୍ରାମ ଅବ୍ୟକ୍ତ କୋହରେ
ସବୁ ଲୁହ ନୁହେ ଦୁଃଖ ପlସୋରା
ଆଶା ନିରାଶାର ମରୀଚିକା ପଥେ
ସବୁ ସପନ ନୁହେ ମଧୁଝରା l

ଭାଗ୍ୟ ଭଗବାନ ସୃଷ୍ଟିର ନିଦାନ
ସବୁ ଭାଗ୍ଯ ନୁହଁଇ ହାତଲେଖା
କର୍ମମୟ ଏହି ଜୀବନ ଜଞ୍ଜlଳେ
ସବୁ କରମ ନୁହେ ଭାଗ୍ୟରେଖା l
ମୁଖରେ ଭାବନା ବ୍ୟକ୍ତ ହୁଏ ସିନା
ସବୁ କଥା ନୁହଇ ମଧୁରତା l
ନୀତି ଅନୀତିର ପଶାପାଲି ଖେଳେ
ସବୁ ପ୍ରମାଣ ନୁହଁଇ ସତ୍ୟତା l
ଆତ୍ମାର ହୋଇବ ଜନ୍ମ ପରେ ଜନ୍ମ
ସବୁ ଜନମ ନୁହେ ସମାନତା
କେତେ ଯେ ସମ୍ପର୍କ ଆସିବ ଜୀବନେ
ସବୁ ସମ୍ପର୍କ ନୁହେ ଘନିଷ୍ଠତା l
ଚରିତ୍ର ତର୍ଜମା କରିଲେ ଦେଖିବ
ସବୁ ଚିତ୍ର ନୁହଁଇ ସୁନ୍ଦରତା
ରକତ ପ୍ରଭେଦ ନାହିଁ ସିନା ଏଠି
ସବୁ ରକତ ନୁହେ ଆତ୍ମୀୟତା l
ସବୁ ବିଦ୍ୟା ସିନା ଜ୍ଞାନର ଭଣ୍ଡାର
ସବୁ ଜ୍ଞାନ ନୁହଇ ସହିଷ୍ଣୁତା
କର୍ମ କରି ଚାଲେ ନର ଏ ସଂସାରେ
ସବୁ କର୍ମେ ନାହିଁ ମାନବିକତା l
କାର୍ଯ୍ୟ କାରିଚାଲ ଧର୍ମକୁ ଅନାଇ
ସବୁ କର୍ମଫଳ ଦେବେ ବିଧାତା
କୁମୁଦିନୀ କହେ ପଡି ମାୟା ମୋହେ
ଭୁଲି ଯାଅ ନାହିଁ ନିଜର ସତ୍ତା ll
କୁମୁଦିନୀ ବେହେରା, ଅନୁଗୋଳ
