ଏ କେଉଁ ନୂତନ ଧରା

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ଏ କେଉଁ ନୂତନ ଧରା
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
ଆଶା ଆକାଶରେ ଉଜ୍ଵଳି ଉଠଇ
ଏ କେଉଁ ନୂତନ ଧରା
ମନ ଗଗନ ରେ ଉଦୟ ହୁଅଇ
କହ କେଉଁ ଧୃବତାରା
କାହି ସେହି ଧରା କାହିଁ ସେ ଆକାଶ, ଖୋଜୁଛି ଏ ମନ ପାରା
ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

ଏ କେଉଁ କାନନୁ ବହୁଛି ମଳୟ
ଫୁଟିଛି ଆଶାର ଫୁଲ
ବସନ୍ତ ପ୍ରକାଶେ ପରଭୃତ ଡାକେ
ବସି କେଉଁ ଚୁତ ଡାଳ
ଗୁଣୁ ଗୁଣୁ ତାନେ ମଧୂର ମୂର୍ଚ୍ଛନା, ଗାଏ ସେ କେଉଁ ଭ୍ରମରା
ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

କାହିଁ ଶାନ୍ତି କାହିଁ ପ୍ରୀତି ରେ ମନୁଆ
ଖୋଜୁଅଛି ନିତି ଦିନ
ଖୋଜୁଛି ସେନେହ ସରାଗ ରେ ବନ୍ଧୁ
ଲାଗଇ ସାତ ସପନ
ବିକଳ ଜୀବନ ବିକଳେ ପରାଣ, ଖୋଜୁଛି ଟିକେ ଆଶରା
ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

କାହିଁ ସେ ଆକାଶ କାହିଁ ସେହି ତାରା
କାହିଁ ସେ ଶୀତଳ ଜ୍ୟୋସ୍ନା
ବିତିଯାଏ ରାତି କହ କାହିଁ ସାଥି
ଶୁଭ୍ରାଂଶୁ ଉଦୟ ହୁଏନା
ମନ ସରସୀ ରେ କୁମୁଦିନୀ କିମ୍ପା, ଢାଳଇ ଲୁହର ଅସରା
ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

ସତେ କି ଜୀବନେ ନବିନ ସୂର୍ଯ୍ୟ
ଏଇ ମନ ଆକାଶରେ
ଜହ୍ନ ଉଇଁବ ଅନ୍ଧାର ଚିରି
ଖେଳିବ ତାରକା ମେଳେ
ଝରିବ ଶୀତଳ ଜୋଛନା କୁମୁଦେ, ଖେଳିବ ସରସୀ ସାରା
ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନ ଧରା ।।

ମଧୂର ମନ୍ଦ ମଳୟ ଲହରେ
ଫୁଟିବ ଆଶାର ଫୁଲ
ଗାଇବ କୋଇଲି ନବ ବସନ୍ତ ର
ନବ ଉନ୍ମେଷେ ତାର
ଶାନ୍ତି ବିରାଜିବ ନୂତନ ପୃଥ୍ଵୀ ରେ, ଭାଙ୍ଗି ଏ ରୁଦ୍ଧ କାରା
ଆଶା ଆକାଶରେ ଉଜ୍ଵଳି ଉଠଇ, ଏ କେଉଁ ନୂତନଥ ଧରା ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Anju Sagar
ବଣମଲ୍ଲୀ ପାଠକ
Anju Sagar
2 ବର୍ଷ ପୂର୍ବରୁ

Nice composition

Anju Sagar
ବଣମଲ୍ଲୀ ପାଠକ
Anju Sagar
2 ବର୍ଷ ପୂର୍ବରୁ

composition is good