ତୁମରି ପ୍ରେମ ରେ….
ନାଁ ମୁଁ ଥିଲି ଲେଖକ
ନାଁ ମୁଁ ଥିଲି ପ୍ରେମିକ,
ତୁମରି ପ୍ରେମ ରେ
ହୋଇଲି ଲେଖକ ହୋଇଲି ପ୍ରେମିକ…..।।
ଯେବେଠୁ ଆସିଲ ଜୀବନେ ମୋର,
ତୁମକୁ ଲେଖିକି ପ୍ରଥମ ଥର
ଲେଖିଦେଲି ଯେତେ ତୁମକୁ
ହେଉ ହେଉ ହୋଇଗଲି
ତୁମ ଅତି ଆପଣାର ……।।
ମୋ ଜୀବନ ଚଲାପଥେ
କେତେ କଣ୍ଟା କେତେ ଫୁଲ
ମିଳୁ ତତେ ସବୁ ଖୁସି ,
ଆଉ ଦୁଃଖ ସବୁ ମୋର …..।।
ସ୍ବପ୍ନରେ ବି ଆସ ତୁମେ
ସତରେ ଯେ ଆସନି,
ମୋ ଛାତି ରେ ମଥା ରଖି
ଗାଅ ପ୍ରେମ ଗୀତି ରାଗିଣୀ…….।।
ବ୍ୟସ୍ତ ବିବ୍ରତ ଜୀବନେ ମୋର
ସମୟ ଥାଉ କି ନଥାଉ
ତୁମ ପାଇଁ, ହେଲେ
ରାତିର ଘନ ଅନ୍ଧକାର ରେ
ଯେମିତି ବି ହଉ
ଦିଏ ଟିକେ ଛୁଇଁ………।।
ଦିନେ ଥିଲା ହୃଦୟରେ ଲୁଚି
ତାପରେ ଜାଣିଲି
ମୋ ଟିକି ଦୁନିଆ,
ପୁଣି ଜାଣିବ ଏ ପୃଥିବୀ
ହୃଦକନ୍ଦରେ କେବଳ
ତୁମରି ନାଁ……..।।
ମୋ ହସ ଲୁହ ର ସାଥୀ
ମୋ ସତ ମିଛ ର ସାକ୍ଷୀ,
ମୋ ଧର୍ମ କର୍ମର ଫଳ
ମୋ ପ୍ରେମ ର ପ୍ରତିଛବି…….।।
ମୋବାଇଲ କି ହ୍ଵାଟ୍ସଆପ
କି ହଉ ଫେସବୁକ୍,
ସବୁଠି ଅଛ ଥିବ
ରଖିଛି ରଖିବି ତୁମକୁ……..।।
ଦୁନିଆ ନିଶ୍ଚୟ ହେବ ଆଶ୍ଚର୍ଯ୍ୟ
ଜାଣିଲେ ତୁମ ବାସ୍ତବତା,
କାରଣ ତୁମେ ଅଟ ମୋର
ହୃଦୟ ର ପ୍ରତିଫଳିତ “କବିତା”……।।

ଦେବବ୍ରତ ବାରିକ
