କରୋନା ଆତଙ୍କ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କରୋନା ଆତଙ୍କ ଖେଳିଛି ବିଶ୍ୱରେ
ଚତୁର୍ଦିଗ ଭୟାକୁଳ
ଯୁଆଡେ ଚାହିଁଲେ ଚହଳ ଶୁଭୁଛି
ବୁଡ଼ାଇବ ଜାତି କୁଳ l 1l
ମହାମାରୀ ଠାରୁ ଅତି ଭୟଙ୍କର
ନର ମୁଣ୍ଡ କରେ ଗ୍ରାସ
ଯୁଆଡେ ଯାଉଛି ଆତଙ୍କ ଭରୁଛି
ନ ପାଇବେ କେହି ତ୍ରାସ l 2l
କରୋନା ରୋଗର ଔଷଧ ନାହିଁତ
ଉତ୍ପାତ ସେପାଇଁ ତାର
ନିର୍ଜୀଵ ସଜୀଵ କାହାକୁ ଛାଡ଼ୁନି
ବଢ଼ାଉଛି ବଂଶ ତାର l 3l
ଚୀନରେ ଜନ୍ମିଲା ବିଶ୍ୱକୁ ଗ୍ରାସିଲା
ଥଳ କୁଳ ବୁଡ଼ାଉଛି
ଶହେ ଶତାବନ ଦେଶରେ ପହଞ୍ଚି
କାୟା ବିସ୍ତାର କରୁଛି l 4l
ଥଣ୍ଡା କାଶ କଫ ଏ ରୋଗ ଲକ୍ଷଣ
ସହଜରେ ବ୍ୟାପି ଯାଏ
ଏହି ରୋଗ ଠାରୁ ଦୂରତା ରଖିଲେ
କରୋନା ବ୍ୟାପି ନ ଥାଏ l 5l
ସତର୍କ ରହିବା ସଜାଗ ରହିବା
ଭୟଭୀତ ନ ହୋଇବା
ସାବୁନ ପାଣିରେ ହାତକୁ ଧୋଇବା
ଗାମୁଛାରେ ପୋଛୁ ଥିବା l 6l
ଆଖି ନାକ ପାଟି ନ ଛୁଇଁବା ଆମେ
ମଇଳା ଥିଲେ ହାତରେ
ବାହାରକୁ ଗଲେ ମାସକୁ ପିନ୍ଧିବା
ନ ଯିବା ତ ଗହଳିରେ l 7l
ମଲ ସିନେମା ହଲ ମେଳା ଉତ୍ସବ
ଏ ସବୁଠି ଭିଡ଼ ହୁଏ
ଏପରି ସ୍ଥାନକୁ କେବେ ଯିବା ନାହିଁ
ସତର୍କତା ଲୋଡ଼ା ହୁଏ l 8l
ହ୍ୟାଣ୍ଡ ସେକ ନ କରି ପ୍ରଣାମ କରିଲେ
ସ୍ପର୍ଶ ରୋଗ ହେବ ନାହିଁ
ଆମିଷ ଭକ୍ଷଣ ପରିତ୍ୟାଗ କଲେ
କରୋନାକୁ ଡର ନାହିଁ l 9l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ପିନ : 764059
ହ୍ୱାଟ୍ସଅପ ନଂ : 9437432921
ଦୂରଭାଷ :8658655979

Leave a Reply

Your email address will not be published. Required fields are marked *