ଉତ୍କଳ ଦିବସ – ଅନାମ ଚରଣ ସାହୁ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବିଜୟ ଉନ୍ମତ୍ତ ଉତ୍କଳ ସନ୍ତାନ

କୋଟି ପ୍ରାଣ ସୁଖେ ଭରା
ଡେରହେ ଶ୍ରବଣ ଶୁଭେ କାହା ସ୍ବନ
ଆନନ୍ଦ ମୁଖର ଧରା ।
ନିର୍ଝରିଣୀ ଗାଏ କୁଳୁକୁଳୁ ନାଦେ
ପାରାବାରେ ଉର୍ମିମାଳ
ଶୁଭ ଶଙ୍ଖ ଧ୍ବନି କରେ ଆବାହନୀ
ପ୍ରେମର ପ୍ରଦୀପ ଜାଳ ।
ପୁରୂବ ପୁରୁଷ ଭରିଲେ ହରଷ
ସଭିଙ୍କୁ ଏକତ୍ର କରି
କୋଟିଏ ପରାଣ କଲେ ଏକସମ
ଭାଷାର ଅସ୍ତ୍ରକୁ ଧରି ।
ଏପ୍ରିଲ ପହିଲା ଆନନ୍ଦେ ଗାଇଲା
ଉତ୍କଳର ଜୟ ଘୋଷ
ତଥାପି କାହିଁକି ହୃଦୟ ବୁଝେନି
ରହିଗଲା ଅବସୋସ ।
କାଇଁଚ ମାଳିର ଅନେକ କାଇଁଚ
ଅଧାପଥେ ଗଲେ ଝରି
ହୃଦୟରେ କୋହ ନୟନରେ ଲୁହ
ଅଦିନରେ ଗଲା ଭରି ।
ତଥାପି ଓଡ଼ିଆ ଯାଇନାହିଁ ହାରି
ଗରବେ ଟେକିଛି ମଥା
ସାରା ରାଇଜରେ ବନ୍ଦିତ ଉତ୍କଳ
ଇତିହାସ ଗାଏ ଗାଥା ।
————————-
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

Leave a Reply

Your email address will not be published. Required fields are marked *