ତୋ ବିନା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ
ନିଃଶବ୍ଦ ପ୍ରହରେ ଶୂନ୍ୟ କୋଠରୀରେ 
     ଦେଖୁଛି ତୋହରି ଛବି 
ଅଜବ କଳ୍ପନା  ଅଦ୍ଭୁତ ଚିନ୍ତା ମୋ’
     ତୋ’କଥାକୁ ଭାବିଭାବି….
ଗୋଧୂଳି ଲଗନେ ପ୍ରୀତି ମୋହାଛନେ 
     ବିହ୍ଵଳେ ଦେଖି’ତୋ ତନୁ 
ଦ୍ବିଧାରେ ମୋମନ ନିରେଖେ ଗଗନ 
      ନିଜ ସତ୍ତା ଭୁଲି ମନୁ….
ସଞ୍ଜ ଗଡି ଯେବେ ରାତିଯାଏ ବଢି 
     ଉପହାସ କରେ ଶଶୀ 
ପାହାନ୍ତି ସପନେ ରାତି ଗଲେ ପାହି 
     ସ୍ମୃତିକୁ ସାଉଁଟେ ବସି….
ନିଦ୍ରା ଆସେନାହିଁ  ମୁଦ୍ରିତ ଆଖିକୁ 
     ଯେବେ ମସସ୍ତେ ନିଦ୍ରିତ
  ତୋ’ବିନା ସାଥି  ବିତିଯାଏ ରାତି
     ନିଃସଙ୍ଗ ପ୍ରତିମୂହୁର୍ତ୍ତ….
✍ସନ୍ତୋଷ ପଟ୍ଟନାୟକ ବେଗୁନିଆପଡା ବ୍ଳକ୍/ ତିରିଡା/ ଗଞ୍ଜାମ  ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ