ପାଇବା ପରମ ତୃପ୍ତି – କୌଶିକ କୁମାର ହୋତା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସେବା ଆମ ଧର୍ମ ସେବା ହିଁ ତୋ ତୋପ 

ସେବାରେ ପରମ ଶାନ୍ତି,
ସେବି ଗୁରୁଜନେ ଲଭିବା ଆନନ୍ଦ
ପାଇବା ପରମ ତୃପ୍ତି ll
‌ହୀନଜନଙ୍କର କଟୁକଥା ଶୁଣି
ପଦେ ନ ଦେବା ଉତ୍ତର,
ଧର୍ଯ୍ୟ ସିନା ଭାରି ପିତା ଲାଗିଥାଏ
ଫଳ ତା ଅଟେ ମଧୁର ll
ଜ୍ଞାତି ବନ୍ଧୁକୁଳ ଗୁରୁ ଗୁରୁଜନ
ଅଟନ୍ତି ପୂଜ୍ୟ ଦେବତା,
ତାଙ୍କ ସେବା କଲେ ନିଶ୍ଚୟ ଲଭିବା
ଜୀବନର ସାର୍ଥକତା ll
————————— 
କୌଶିକ କୁମାର ହୋତା
ନବମ ଶ୍ରେଣୀ,  ରାଇରଙ୍ଗପୁର, ମୟୁରଭଞ୍ଜ

Leave a Reply

Your email address will not be published. Required fields are marked *