ଅକୁହା କଥା – ଦ୍ଵିତୀୟ ଭାଗ – ଟୁକୁନା ସାହୁ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ପ୍ରିୟା କଥା ମୋର ଭାଙ୍ଗି ପାରିଲିନି

ହୋଟେଲ କୁ ଗଲି ମାଡ଼ି
ଆଦେଶ ମାତ୍ରକେ ପରିଚାରକକୁ
ଖାଦ୍ୟ ସବୁ ଦେଲା ବାଢ଼ି ।
ନଅ ତିଅଣକୁ ଛଅ ଭଜା ସଙ୍ଗେ
ଖାଇଲି ମୁଁ ଘିଅ ଭାତ
କେତେ ପ୍ରକାରର ପାନୀୟ ପିଇଲି
ପୁରୀ ଗଲା ମୋର ପେଟ ।
ପାଉଣା ପତର ଦେଖିଦେଲି ଯେବେ
ଲାଗିଲା ବହୁତ କଷ୍ଟ
ପ୍ରିୟାର ମୁହଁକୁ ଚାହିଁ ଦେଲି ଥରେ
ମନ ହେଲା ଛଟପଟ ।
ପାଖରେ ମୋହର ନଥିଲା ଜମାରୁ
ଗୋଟିଏ ହେଲେବି ଟଙ୍କା
ପାଉଣା କଥାକୁ ଭାବିଲା ବେଳକୁ
ମୁଁହ ହେଲା ମୋର ବଙ୍କା ।
ରାଗ ଗରଗର ପ୍ରିୟତମା ମୋର
ଭରିଲା ସବୁ ପାଉଣା
ଅଲଗା ହେବାକୁ ମୋହରି ପାଖରୁ
ଦେଲାସେ ମୋତେ ଲାଞ୍ଛନା ।
ପ୍ରିୟତମା ମୋର ବାହା ହୋଇଗଲା
ନିଜର ନିହାତି ଥିଲି
ପଞ୍ଚତାରକା ସେ ହୋଟେଲ କଥାକୁ
ଆଜିବି ପାରୁନି ଭୁଲି ।

ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ

Leave a Reply

Your email address will not be published. Required fields are marked *