କବିତା ଗୋକୁଳକୁ ଆସିଅଛି – ବି.ନିରୁପମା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କପିଳା ଲୋ ତୁ କି ଡାକୁଥିଲୁ ମୋତେ
କରି ହମା ହମା ରଡ଼ି ,
ସଖାଙ୍କ ମେଳରୁ ଧାଇଁ ଆସିଛି ମୁଁ
ଖେଳକୁ ଅଧାରୁ ଛାଡ଼ି ।
ଦେଖେଇଲୁ ତୋର ଗଳ କମଳକୁ
ଆଉଁଶି ଦେବି ମୁଁ ଟିକେ ,
ଏମିତି କାହିଁକି ଛାନିଆ ହେଉଛୁ
ରହିଛୁ ତ ମାଆ ପାଖେ ।
କେଉଁ ବହୁରୂପୀ ଆସି ଛପିଛି କି
ତାକୁ ଦେଖି ଅଛୁ ଡରି ,
ନିଶ୍ଚିନ୍ତରେ ରହ କ୍ଷଣିକ ଭିତରେ
ପକାଇବି ତାକୁ ଧରି ।
ତୁମ ହିତ ଲାଗି ଗୋଲୋକ ଧାମରୁ
ଗୋକୁଳକୁ ଆସିଅଛି ,
ଜାଣିନାହୁଁ କି ତୁ ଗୋପାଳ ବେଶରେ
କେତେ ଦୁଷ୍ଟ ନାଶିଅଛି ।
ଶାନ୍ତହୋଇ ଏବେ ଘାସ ଚରୁଥାଆ
ଦେଖୁଛି ମୁଁ ତେଣେ ଖୋଜି ,
କେଉଁ ଛଦ୍ମବେଶୀ ଲୁଚି ରହିଅଛି
ପୂରିଛି ତା’ କାଳ ଆଜି ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Leave a Reply

Your email address will not be published. Required fields are marked *