ଆମେ ଭସ୍ମାସୁର – ସୁଧାକର ସେଠୀ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆଗକୁ ବଢିବା ଘାରିଛି ନିଶା
ପ୍ରକୃତିତ ମାଡିବସିଛି ରାସ୍ତା
ଭଷ୍ମାସୁର ଆମେ ଲୋଡା ନାହିଁ କିଛି
ବିନାଶ ଆମର ପରିଭାଷା

କଙ୍କ୍ରିଟ ଜଙ୍ଗଲେ ଆମେ ଭାରିଖୁସି
କଣ ହେବ ସେ ସବୁଜିମା
କୃତ୍ରିମ ଝରଣା ବନାଇଛୁ ଘରେ
ବୋନସାଇଗଛେ ହସେ ଅଗଣା

ଜୀବଜନ୍ତୁ କଥା ପଚାର ନାହିଁ
ଆମ ପାଇଁ ସେତ ଖେଳନା
ମାଉଁସ ସୁଆଦ ପାଟିରେ ଲାଗିଛି
ମନର ନାହିଁ କିଛି ଭାବନା

ଆମ୍ବ ଗଛ ମୁଳ ଭୁଲିଯା ଭାଇ
ଭୁଲିଜା ବରଗଛ ଛାଇ
ଛାତରେ ବସି କିଲାଭ ପାଇବୁ
ପବନ ବିକା ହେଲାଣି

ଗୁଣ୍ଡୁଚି କଥା ପଚାରେ କିଏ
ହାତିବି ଯିବେ ହଜି
ଆଗାମି ଦିନେ ପ୍ରସ୍ତର ରୂପେ
ଦେଖା ଯିବ ତାଙ୍କ ଛବି

ଏମିତି ନିଶା ଘାରିଛି ଆମକୁ
ବିକାଶ ନାମରେ ଅନ୍ଧ
ନିଜକୁ ନିଜେ ନ ସଜାଡିଲେ
ବଢି ଯିବ ସବୁ କାମ

ଜନସଂଖ୍ୟା ହୁହୁ ହୋଇ ବଢୁଛି
ବଢିଚାଲିଛି ତାର ସମସ୍ୟା
ଚାରିଆଡେ ଖାଲି କୁଢକୁଢ ଅବର୍ଜନା
ପାଉନି ଆଉ ଭରସା

ରାସାୟନିକ ସାର  କୀଟନାଶକ
ଖାଦ୍ୟରେ ଭରିଛି ବିଷ
କଳକାରଖାନା ଗାଡି ମଟର ଧୂଆଁ
ଦୂଷିତ କଲାଣି ପରିବେଷ

ତ୍ରାହି ତ୍ରାହି ଡାକିଲାଣି ଧରଣି
ତା ତଣ୍ଟିରେ ମଣିଷ ପାଦ
ଏମିତି ଭଷ୍ମାସୁର ପଲଟିଛି ସିଏ
ହଜାଇ ଦେଲାଣି ନିଦ

ନିଉକ୍ଲିଅର ୱାର ଦେଖିଛି କିଏ
ଛାତି ହୁଏ ଦପଦପ
ମିସାଇଲ ଗୋଟେ ଉଠିଲେ ଆକାଶେ
ବିଗିଡି ଯାଉଛି ପାଗ

ନିଜ ଗୋଡେ ନିଜେ ମାରେ କୁରାଢି
କାହାକୁ କହିବା କିସ
ଗୋଠ ସହିତ ଖଣ୍ଡିଆ ମାତିଛି
ହେବ ନିଶ୍ଚେ ସର୍ବନାସ।

ସୁଧାକର ସେଠୀ
ଜମ୍ବେଶ୍ବରପୁର
ବାଲେଶ୍ବର

Sent from my Samsung Galaxy smartphone.

Leave a Reply

Your email address will not be published. Required fields are marked *