କୁଆଁର ପୁନେଇଁ ଜହ୍ନ ଗୋ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଶିର୍ଷକ:କୁଆଁର ପୁନେଇ ଜହ୍ନ ଗୋ….
ବୋଉ ଡାକରେ ଆଖି ଖୋଲିଲା ବେଳେ ଅଧା ରହିଗଲା ଏକ ରୋମାଂଚ ଭରା ସ୍ୱପ୍ନ । ବୋଉ କହୂ ଥିଲା …ମିନୁ. …ବେଗି ବେଗି ଯା..ସୂର୍ଯ ଉଇଁଲା ବେଳେ ଆଞ୍ଜୁଳି ଟେକା ହେବ। ହାଇ ମାରୁ ମାରୁ ଭାବୁଥିଲି ..ସୁନେଲି ରଙ୍ଗ ର ଘୋଡା . ..ଘେଡାରୁ ଓହ୍ଲାଇଲେ ରାଜକୁମାର..ହାତ ବଢାଇ ମୋତେ ଛୁଇଁବା ଆଗରୁ ବୋଉ ଡାକରେ ନିଦ ଭାଙ୍ଗିଗଲା ।ମନେ ମନେ ହସି ହସି ଗାଧୁଆ ଘର କୁ ଗୋଡ ବଢାଉ ବଢାଉ ବୋଉର ପାଟି ଶୁଭିଲା ..ମିନୁ ହଳଦୀ ଟିକେ ଲଗାଇ ଝଅଟ ପାଣି ଢାଳି ଚାଲିଆ ..ଲାଗୁଥିଲା ବୋଉ ଆଜି ଛାଡିବନି. ବୋଉ ର ଲମ୍ବା ଭାଷଣ ଶୁଣୁବା ଆଗରୁ ରାତି ରେ ସେ ଦେଇଥିବା ଶାଢୀଟ ଦେହରେ ଗୁଡାଇ ସାରିଲା ବେଳକୁ ତାର ଆଞ୍ଜୁଳି ଥାଳି ସଜଡା ସରିଥିଲା । ଗିନାରେ ଅଳତା ଟିକେ ଢାଳି ପାଦରେ ଲଗାଉ ଲଗାଉ କହିଲା -ବାଡୁଅ ଝିଅମାନଙ୍କ ପାଇଁ ଏ ଏକପରୀକ୍ଷାର ବେଳ ଡେରି ହୋଇଗଲେ-କହୁ କହୁ ବୋଉ ଅଟକି ଗଲା ,ତା ଆଖି ରେ ମୋ ଆଖି ମିଶିଯିବାରୁ ମୁଁ ଟିକେ ହସି ଦେଲି,ବୋଉ ହୁଏତ ବିଝି ପାରିଥିଲା ମୋ ହସର ଅର୍ଥ,ତାର ବିଶ୍ୱାସ ର ଦ୍ୱାହି ଦେଇ ମୋତେ ବୁଝାଇ ପାରିନଥିବା ଗ୍ଳାନି ମାଖି ହୋଇ ଯାଇ ଥିଲା ମୁହଁ ରେ ତାର ।ସ୍ନେହ ଭରା ବିରକ୍ତ ରେ କହିଲା ହଉ ହଉ ଆ. ….. ଆମ ସାହିର ଦାଣ୍ଡ ଚଉଁରା….ଦୋଳ ହେଉ କି ଖୁଦୁରୁକୁଣି କି କୁଆଁର ପୁନେଇ ମହାର୍ଦ୍ଦଭଳି ପବିତ୍ର ଜାଗା….ଶଙ୍ଖ ହୁଳହୁଳି ରେକମ୍ପୁ ଥିଲା ଦାଣ୍ଡ ।ସାହି ଯାକର ଝିଅ ବୋହୂ ।ଆଉ ସମସ୍ତଙ୍କ ମଝିରେ ଗଡ ଜିତିଲା ଭଳି ଅଣ୍ଟା ରେ ହାତ ଦେଇ ଛିଡା ହୋଇଥିଲା ବାବୁଲା ।ଜଗନ୍ନାଥ ପୋଖରୀ ର ସବୁତକ କଇଁ ଫୁଲ ତୋଳିଚି ଏକୁଟିଆ ।ଆଜି ଗାଁ ଟୋକା ଙ୍କ ଭିତରୁ ସେହିଁ କେବଳ ବାହାବାଃ ପାଇବ। ମୋତେ ଦେଖୁ ଦେଖୁ ବାବୁଲା କହିଲା- ହେଃ..ମିନୁଅପା ଅାସିଗଲା-ଏଥର ଆରମ୍ଭ ହେଉ ..ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳିଭିତରେ ଆଞ୍ଜୁଳି ଅର୍ପଣର ଏ ମହା ପର୍ବ ଭିତରେ ମୁଁ କେମିତି ଅନ୍ୟମନସ୍କ ହୋଇ ଯାଉଥିଲି ।ପ୍ରତିବର୍ଷ ଆଗୁଆ ହୋଇ ଆଞ୍ଜୁଳି ଟେକୁଥିବ ମିତାନୀନୀ ର ବାହାଘର ଆଉ ବାହାଘର ପରେ ଜମା ଶୁଖୁ ନ ଥିବାତା ଆଖିର ଲୁହ…ମୋ ଛାତିରୁ କେବଳ କୋହ ହିଁ ଉଠୁଥିଲା।
କାଶତଣ୍ଡି ର ଛାତିଚିରି ବୋହିଯାଉଛି ଚିରସ୍ରୋତା ଖରସୁଆଁ ।ନୀଳଶୈକତର ରଙ୍ଗ ମାଖି ନେଳିଆ ଆକାଶ ଟାର ଖୁସି ଶାରଦୀୟ ସ୍ନିଗ୍ଧତାକୁ ଆହୁରି ଆକର୍ଷଣିୟ କରି ତୋଳୁଛି ।ଏ ଗହ ଗହଖୁସିର ମାହୋଲ ଭିତରେ ସଭିଙ୍କ ଅନୁଭବରେଶାରଦୀୟତାର ସମ୍ଭାବନା ଉକୁଟି ଉଠୁଚି
।ଦାଣ୍ଡ ତଉଁରା ରେ ରଙ୍ଗ ବୋଳା ହେବ ।କଇଁଫୁଲ ସଜାହେବ।ସାହିର ସବୁ ପିଲାମାନେ ଅଣ୍ଟା ଭିଡି କାମରେ ଲାଗିଚନ୍ତି।ଆଜିର ବିଶେଷ କାର୍ଯ୍ଯକ୍ରମ ମଧ୍ୟରେ ଦିସାହି ଝିଅ ମାନଙ୍କର କୁଆଁର ପୁନେଇ ଗୀତର ପ୍ରତିଯୋଗିତା ସାହିପିଲାଙ୍କର ବାଗୁଡି ଖେଳ ସହ ଆଉ ଏକ ଅକୁହା ପ୍ରତିଯୋଗିତା ଯୋଡି ହୋଇ ଯାଇଥିଲା . ..କାହାସାହିର ଝିଅମାନେ ବେଶି ସୁନ୍ଦରୀ ।ସେଥିପାଇଁ ପରାଦିନସାରା ଆମ ସାହିର ପିଲାମାନେ ବୁଲି ବୁଲି ତାଗିଦ୍ କରିଚନ୍ତି – ସବୁକାମ ଆମର , ତୁମ ମାନଙ୍କୁ କେବଳ ମିଶ୍ର ସାହି ଝିଅମାନଙ୍କ ଠାରୁ ବେଶି ସୁନ୍ଦରୀ ଦିଶିବାକୁ ଅଛି ।
ଘରେ ଘରେ ମାମାନେ ସନ୍ଧ୍ୟାବେଳ ପୂଜା ଓ ରାତିରେ ଖେଚୁଡି ଡାଲମା ରଏକ ପଂକ୍ତିଭୋଜନ ର ଆୟୋଜନ ରେ ବ୍ୟସ୍ତ ।
ଆସ୍ତଗାମୀ ସୂର୍ଯଙ୍କର ଅରୁଣିମାରେ ରଞ୍ଜିତ ଧରଣୀ ନବବଧୂ ପରି ଲଜ୍ଜଶୀଳା ମନେହେଉଥିଲେ ବି ଆଜିର ଏ ବିମୁଗ୍ଧ ଶରତର ସ୍ନିଗ୍ଧତା ଚନ୍ଦ୍ରିକାର ଆଗମନକୁ ଆହୁରି ରୋମାଂଚିତ କରିତୋଳୁଥିଲା । ଘଣ୍ଟ ଘଣ୍ଟା ହୁଳହୁଳି ସହପାର୍ବଣର ସ୍ୱାଗଚିକା ।ଚାନ୍ଦଥାଳି ଧରି ପହଞ୍ଚିଲା ପରେ ସାହି ପିଲାଏ ଖୁସିରେ ଛାତିଫୁଲେଇ କହୁଥିଲେ-ଆସନ୍ତୁତ ମିଶ୍ରସାହି ଝିଅ-ଆମସାହି ଝିଅ ଙ୍କୁ ଦେଖିଲେ ସେମାନେ ମୁହଁ ଲୁଚାଇ ପଳେଇବ !କିଏ ପାରିବ ଆମସାହିର ସୁନ୍ଦରୀ ଝିଅଙ୍କୁ!
ସମସ୍ତେ ଏକତ୍ରିତ ହୋଉ ଚାନ୍ଦଙ୍କୁ ବନ୍ଦାପନା କରିବା ପରେ ମା’ମାନେ ନିଜନିଜର ଚାନ୍ଦ କୁ ହାତରେ ଧରାଇ ଦିଅନ୍ତି । କବାଟ କୋଣରେ ଲୁଚି ଲୁଚି ନୈବେଦ୍ୟ ଅର୍ପିତ ଚାନ୍ଦକୁ ଖାଇବାର ବିଧି ସୁତରଂ ବୋଉ ହାତରୁ ଚାନ୍ଦ ନେଇ
ଖୁବ୍ ଉଛ୍ୱାସରେଚାଲିଆସିଲି ଆମଘରର କବାଟ କୋଣକୁ ।ହଠାତ୍ ଚମକି ପଡିଲି . ..ଏ କ’ଣ …. କବାଟ କୋଣରେ ଆଗରୁ ଲୁଚୁ ରହିଥବାା ବାବୁଲା …..ପଛରେ ଲୁଚାଇ ରଖିଥିବା ଏକ ଲାଲ କଇଁ କୁ ମୋ ଆଡକୁ ବଢାଇ. କହିଲା-ତୁ ଆମ ଗାଁ ର ସବୁଠୁ ସୁନ୍ଦରୀ ଝିଅ । ସହରରେ ରହି କଲେଜରେ ପଢୁଛୁ ।ମୁଁ ଜାଣେ ମୁଁ ତୋ ସହ ସମାନ ନୁହେଁ । କିନ୍ତୁ…..ବହୁ କଷ୍ଟ ରେ ଜଗନ୍ନାଥ ପୋଖରୀ ମଝିରୁ ଏଲାଲ କଇଁ ଟା ମୁଁ ତେ ପାଇଁ ତୋଳିଛି ଲୋ ।ତୁ ନବୁନି ମିନୁ ଅପା ??? ବାବୁଲାର ଏ ଛଳଛଳ ବିିକଳ ପଣ ଆଗରୁ କେବେ ଦେଖି ନଥିଲି ..ଅବିଶ୍ୱାସ ଆଖିରେ ଘଡିଏ ଚାହିଁଲି ।ମୋଠାରୁ ଦୁଇଟି ଉପର କ୍ଲାସ ରେ ପଢୁଥିବା ବାବୁଲା କୁ ମୁଁ କେବେ ଭାଇ ବୋଲି ଡାକିନି ବରଂସେ ମୋତେ ଅପା ବୋଲି ଡାକେ ।ଯାହାର କାରଣ ଅଷ୍ଟମ ଶ୍ରେଣୀରୁ ପଢିବାକୁ ଚାହିଁନ ଥିବା ବାବୁଲାକୁ କେବେ ପଚାରିନି । ଅନ୍ୟମନସ୍କ ହୋଇ ତା ହାତରୁ ଫୁଲଟି ଆଣୁ ଆଣୁ ଦେଖିଲି ତା ଆଖିରୁ ଝରି ପଡୁଚି ଧାର ଧାର ଲୁହ ।କଣ କହିବି ଭାବିଲା ବେଳକୁ ମିଶ୍ର ସାହି ଆଡୁ ଶୁଭିଲା-କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ…..

Leave a Reply

Your email address will not be published. Required fields are marked *