ବୃକ୍ଷ ତୁମ ବନ୍ଧୁ – ବାସନ୍ତୀଲତା ଜେନା
କଥା କୁହା ପ୍ରାଣୀ ମୁତ ନୁହେଁ ପରା
ପ୍ରିୟ ଅଟେ ସଭିଙ୍କର
ମୋତେ ଛାଡି ଦେଲେ ଜୀବ ବଞ୍ଚେ ନାହିଁ
ଭାଳେଣି ପଡେ ସଂସାର l ୧।
ବୃକ୍ଷ ମୋର ନାମ କରେ ଉପକାର
ଘଞ୍ଚ ଜଙ୍ଗଲରେ ଥାଏ
ବାଡ଼ି ବଗିଚାରେ ତୋଟା ମାଳ କୁଞ୍ଜେ
ନିତି ଶୋଭା ପାଉ ଥାଏ ।୨।
ଅମ୍ଳଜାନ ଦିଏ ପ୍ରାଣୀ ଜଗତକୁ
ଅଙ୍ଗାରକାମ୍ଳକୁ ଶୋଷି
ମୋ ପାଇଁ ସଜୀଵ ଚଳ ଚଞ୍ଚଳ ଯେ
ମୋର ଖାଦ୍ୟ ଖାଇ ଖୁସି l ୩।
ମୋ ପାଇଁ ବାଦଲ ଆକାଶରେ ଉଠେ
ବର୍ଷାରାଣୀ ଆସେ ଧାଇଁ
ମୁଁ ଥିଲେ ତ ମାଟି ଧୋଇ ହୁଏ ନାହିଁ
ସାଇତିଛି ତୁମପାଇଁ ।୪।
ଜାଳ କାଠ ଦିଏ ଔଷଧ ଯୋଗାଏ
ମୋତେ ନେଇ ଫନୀଚର
ଘର କରିଥାନ୍ତି ଘର ସଜାଅନ୍ତି
କେତେ ରଙ୍ଗବେରଙ୍ଗର l ୫।
ଫୁଲ ଫଳ ମୋର ଆହାର କରନ୍ତି
ମୁଖେ ହସ ଫୁଟି ଉଠେ
ଶିଳ୍ପୀର ମୁନରେ ଆଙ୍କି ହୋଇଯାଏ
କଳ୍ପନାର ଚିତ୍ର ଗୋଟେ ।୬।
ମୋର ଛାଇ ତଳେ ଆଶ୍ରୟ ନିଅନ୍ତି
ବାଟରେ ବାଟୋଇ ଯେତେ
ପକ୍ଷୀ ସରୀସୃପ ମୋ ଦେହରେ ବସା
ବନ୍ଧୁ ଥାନ୍ତି ନିତି କେତେ ।୭।
ମୁଁ ନୁହେଁ ଦଂଶକ କ୍ଷତି କରିବିନି
ସମ୍ପର୍କ ରଖ ମୋ ଠାରେ
ବୃକ୍ଷ ତୁମ ବନ୍ଧୁ ସାଥିଟିଏ ଭାବ
ଯତ୍ନ ମୋର ନିଅ ବାରେ ।୮।

ତୁମ ବଗିଚାରେ ମୋତେ ସ୍ଥାନ ଦିଅ
ଫୁଲ ଫଳ ଦେବି ଭରି
ସକାଳୁ ଉଠି କି ମୋତେ ଦେଖୁଥିଲେ
ମନ ତୁମ ଯିବ ପୂରି ।୯।
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର
ପିନ କୋଡ଼ :764059
ମୋ : 8658655979
