ଓଡ଼ିଆ ମୋ ମାତୃଭାଷା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଓଡ଼ିଆ ମୋ ମାତୃଭାଷା
ବାସନ୍ତୀ ଲତା ଜେନା

ଉତ୍କଳ ମାଟିରେ ଜନମ ମୋ’ର
ଓଡ଼ିଆରେ ପରିଚିତ
ଓଡ଼ିଆ ମୋ ଭାଷା ମୋ ରାଜ୍ୟ ସଂସ୍କୃତି
ବଡ଼ ଦିଅଁ ଜଗନ୍ନାଥ ll
ଓଡ଼ିଆ କହିବା ଓଡ଼ିଆ ପଢିବା
ଓଡ଼ିଆ ଲେଖିବା ଆମେ
ମାତୃଭାଷା ଆମ ଓଡ଼ିଆ କଥନ
ଓଡିଶା ପ୍ରଦେଶ ନାମେ ll
ଭାଷା ମୋ ଓଡ଼ିଆ କେତେ ଯେ ବଢିଆ
ମିଠା ଲାଗେ ତାର କଥା
ଓଡ଼ିଆ ପୂରl ଣ ଭାଗବତ ବାଣୀ
କୄଷ୍ଣୁ ରାମଲୀଳା ଗାଥା ll
ଛୋଟ ଶିଶୁ ହୋଇ ମା କୋଳରେ ଥାଇ
ଶୁଣିଲି ଓଡ଼ିଆ ଗୀତ
ମା କୋଳରେ ଥାଇ ଜହ୍ନ ଦେଖୁ ଥିଲି
ମୋତେ ଲାଗୁଥିଲା ଶୀତ ll
ପିଲାଟି ଦିନରୁ ଓଡ଼ିଆ କହିଲି
ଓଡ଼ିଆ ପାଠ ପଢ଼ିଲି ଓଡ଼ିଆ ଭାଷାରେ କେତେ ଗୀତ ଗପ
ଗୁରୁଙ୍କ ଠାରୁ ଶୁଣିଲି ll
ମାଆ ମୁଖ ଭାଷା ମୋର ମାତୃଭାଷା
ଉଚ୍ଚ କଲା ଆଜି ମୋତେ
ବଡ଼ ମୁଁ ହୋଇଲି ଦେଶ ସେବା କଲି
ମାରିଲି ଶତ୍ରୁକୁ କେତେ ll
ସୁ ମଧୁର ଭାଷା ଓଡ଼ିଆ ଭାଷାଟି
ହୃଦୟକୁ ଯାଏ ଛୁଇଁ
ଓଡ଼ିଆ ଭାଷାକୁ ସମ୍ମାନିତ କଲେ
ଜଗତେ ପାରିବ ଜୀଇଁ ll
ଓଡ଼ିଆ ପୁଅ ଝିଅ ଯେଉଁଠି ଥାନ୍ତୁ
ସମସ୍ତେ ଗୋଟିଏ ଜାତି
ଓଡ଼ିଆ ଭାଷାକୁ ନ ଛାଡ଼ିବା ଆମେ
କହୁଥିବା ନିତି ନିତି ll
– + – + – + –
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
Nabarangpur
ମୋ : 8658655979
ହ୍ୱାଟ୍ସଅପ : 9437432921

Leave a Reply

Your email address will not be published. Required fields are marked *