ଆପଣ କହୁଥିଲେ ମୁ ଶୁଣିନାହିଁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଆପଣ କହୁଥିଲେ ମୁ ଶୁଣିନାହିଁ
================
ହଁ- ଆପଣ କଣ କହୁଥିଲେ
ମୋତେ କହୁଥିଲେ କି ?
ମୋତେ ସେମିତି ଲାଗୁଥିଲା
କିନ୍ତୁ ମୁ ଭାବିଲି
ବୋଧେ ଆଉ କାହାକୁ କହୁଛନ୍ତି
ତେଣୁ ମୁ ଠିକରେ ଶୁଣିନାହିଁ
ମୁ କେମିତି ଶୁଣିଥାନ୍ତି
ଆପଣ ମୋତେ ଟିକେ
ହଲେଇ ଦେଲେ ନାହିଁ
ମୁ ମୋବାଇଲରେ ହଜିଥିଲି
ପ୍ରିୟା ସାଥେ ଚାଟ କରୁଥିଲି
ଫେସବୂକରେ ଫୋଟୋ ପୋଷ୍ଟରେ
ମୁ ମାତିଥିଲି
ଆପଣ ଯେତେବେଳେ କହୁଥିଲେ
ସେତେବେଳେ ନଥିଲା କୋଳାହଳ
କିନ୍ତୁ ମୋ ଭିତରେ ସବୁବେଳେ
ଚାଲୁଛି କେତେ କୋଳାହଳ
କେମିତି ବୁଝିବେ ଆପଣ
ମୋ ଅନ୍ତରର କୋଳାହଳ
ଯାହା ମୋତେ କରିଛି ପାଗଳ
ସେଥିପାଇଁ କାହା କଥା
ଶୁଣିବାକୁ ନାହିଁ ମୋର ବେଳ
ମୁ ଏବେ ମୋ ନିଜ ଦୁନିଆରେ
ବୁଲୁଥିବା ଗୋଟେ ଅବୁଝା ପାଗଳ ||
