ଦାବାନଳେ ପ୍ରାଣ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

????????ଦାବାନଳେ ପ୍ରାଣ????????

ତୁ ବି ଦୂରରେ ମୁଁ ବି ଦୂରରେ
ନାହିଁ ଆମ ଭିତରେ ସମ୍ପର୍କ କିଛି,
ତୁ ଅଛୁ ଏକା ମୋ ଘରେ ମୁଁ ଏକା
କେବେ ଦେଖାହେବ ବସି ଭାବୁଛି।
ତୁ ତ ନିରୁପାୟ ମୁଁ ଯେ ଅସହାୟ
କହିବା କାହାକୁ ଶୁଣିବ କିଏ,
ଅଛୁଆଁ ପରାୟେ ବସିଅଛି ମୁହିଁ
ଜାତିଧର୍ମ କଥା ପଚାରେ କିଏ।
ବଞ୍ଚିଥିଲି ହେଲେ ସମୟ ନ ଥିଲା
ପ୍ରିୟ ପରିଜନେ ଆଳାପ ପାଇଁ,
ସମୟ ଅଛି ଯେ ବଞ୍ଚି ବାକୁ ମୁହିଁ
ସଂଘର୍ଷ କରୁଛି ବନ୍ଦି ଟେ ହୋଇ।
ବିପଦର ରାସ୍ତା ସବୁଆଡେ ଦିଶେ
ଭୁଲି ଯାଇଅଛି ରାଗ ଓ ହିଂସା,
ଲୋଡାନାହିଁ ଆଜି ଧନ କି ଦୌଲତ
ବଞ୍ଚିବାକୁ ମୋର ବହୁତ ଆଶା।
କେମିତି କହିବି ସନ୍ତୁଳିତ ପ୍ରାଣ
ଉତ୍ତପ୍ତ ପରାୟେ ସିଝୁଛି ଯାହା,
ମୋ ଠାରୁ ତ ଭଲ ପଶୁର ପରାଣ
ନାହିଁ ହିଂସା ଦ୍ଵେଷ ଆନନ୍ଦ ଯାହା।
ଏମିତି ଲାଗୁଛି ଜୀବ ସିନା ଅଛି
ଆତ୍ମା ଦହଗଞ୍ଜ ବ୍ୟସ୍ତ ବିବ୍ରତ ,
ଭରସା କରିଛି ତା ଉପରେ ଆଜି
ଉଦ୍ଧାର କରିବେ ସ୍ଵୟଂ ଜଗନ୍ନାଥ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ବର

Leave a Reply

Your email address will not be published. Required fields are marked *