ବ୍ୟଙ୍ଗ କବିତା – ଚିଠି – ରମେଶ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
   

ସମ୍ପାଦକ ବନ୍ଧୁ ହେ,

ମୋତେ ସମ୍ବର୍ଦ୍ଧନା ଗୋଟେ ଦେବ କି କୁହ  
ରଚନା ମୋହର ଥାଉ କି ନଥାଉ
   କବି ଜଗତରେ ଚିହ୍ନାଇ ଦିଅ ।(୦)
କେତେ ଟଙ୍କା ଦେବି ମୁଁ କୁହ
                ଉପାଧୀଟେ କରାଇଦିଅ
ନେଲେ ନିଅପଛେ ହଜାରେ ଦି’ଚାରି
    ମାନ ମୋର ଟିକେ ବଢାଇ ଦିଅ ।(୧)
ତା ନହେଲେ ଅତିଥି କରି
     ଆସନଟେ ଦିଅ ହେ ପାରି
ଚାନ୍ଦା ଦେବାରେ ମୁଁ ନୁହଁଇ କୃପଣ
       ଥରେ ଖାଲି ମୋର ପରୀକ୍ଷା ନିଅ ।( ୨)
କଥା ସିନା ଜାଣେନା କହି
      ଛାପିନାହିଁ ଖାଆସ୍ ବହି
ବଡଘର ପିଲା, ବଡପଣ ମୋର
         ମୋ ହାତରେ ହାତ ମିଳାଇ ଦିଅ ।(୩)
 
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।

Leave a Reply

Your email address will not be published. Required fields are marked *