ସ୍ମୃତି – ଶ୍ୟାମା କିଙ୍କର ମହାନ୍ତି
ସ୍ମୃତି ଗୋଟେ ଆବସର୍ଡ ଝିଅ
ଏକୁଟିଆ ଥିଲା ବେଳେ
ଭୁରୁ ଭୁରୁ ବାସ୍ନା ନେଇ ଦିନେ
ଚୁପ କିନା ଆସେ ତ
ଲାଗେ ନିହାତି ସୁନ୍ଦର
ଅଙ୍କୁରିତ ଇଛାଟିଏ
କାନେ କାନେ କହିଯାଏ
ଧରି ନିଅନ୍ତି କି ଛାତିତଳେ
ସବୁଦିନେ ଅପୂର୍ବ ଆବେଗେ
ଧେତ, ଭାରି ଚାଲୁ
ଖସିଯାଇ ହାତ ପାଆନ୍ତାରୁ
ଆଉଦିନେ ଆସେ ତ
ସିଏ ପୁଣି ଦିଶୁଥାଏ
ଭାରି ଭୟଙ୍କର
ମନର ନିବୁଜ ଦରଜାକୁ ଠେଲି
ଶତ ଶତ ଜ୍ବାଳା ଦେଇ ମୋତେ
କରେ ବଳାତ୍କାର
କେମିତି ଝିଅଟେ କେଜାଣି
କେବେ ବିମୁଗ୍ଧ କରେ ତ
କେବେ
ଭଲ ହିଁ ଲାଗେନି
