ବନୋଜ ସୂଚୀରେ ସଙ୍ଗୀତା ପଂକ୍ତି – ନାରାୟଣ ଚନ୍ଦ୍ର ସେନାପତି
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ବିଧିର ବିଧାନ ମମତା ବନ୍ଧନ
ବାନ୍ଧିବାକୁ ପ୍ରଜାପତି
ଓହ୍ଲାଇ ଆସନ୍ତି ଏ ମର୍ତ୍ତ୍ୟ ଭୂବନେ
ସାଦରେ ଆନନ୍ଦେ ଅତି।
ଏକ ସୂତ୍ରେ ଛନ୍ଦି ବାଣ୍ଟିବେ ଶରଧା
ଗାଇବେ ପ୍ରଣୟ ଗୀତି
ଦ୍ୱିପରିବାରଙ୍କୁ ସରଗପୁରୀରେ
ତୋଳିବେ ସେନେହେ ପ୍ରୀତି
ସରିଦା ଗ୍ରାମର ଶରଧାବାଲିରୁ
ଶରଧା ପୁଳାଏ ଧରି
ଚାଲିଛନ୍ତି ଦର୍ପେ ବନୋଜରଞ୍ଜନ
ପକ୍ଷୀରାଜ ଘୋଡା ଚଢି।
ନୃସିଂହ ଆଉଯେ ଦମୟନ୍ତିଙ୍କର
ଆଦରର ଗେହ୍ଲାପୁଅ
ରାଜକୁମାରୀଙ୍କୁ ଆଣିବେ ତୁରିତେ
କାହା ଅଲିଅଳି ଝିଅ !
ଅମୃତିଆ ଗ୍ରାମ କାଶୀନାଥ ଆଉ
ଝରଣାଙ୍କ ଦିବ୍ୟଜ୍ୟୋତି
ଅମୃତ ଢାଳିବେ ସଙ୍ଗୀତା ନନ୍ଦିନୀ
ଗଢିବେ ଅମରାବତୀ।
ରୂପେ ଗୁଣେ ବିଦ୍ୟା ବୁଦ୍ଧିରେ ସମ୍ପୂର୍ଣ୍ଣା
ସଙ୍ଗୀତା ଦେବୀ ଆମର
ଶୃଙ୍ଖଳା ସଂସ୍କାରେ ପାରିବାନି କଳି
ଅମୃତ ପରି ଆଚାର।
ବନୋଜ-ସଙ୍ଗୀତା ଅପୂର୍ବ ମିଳନ
ଜୁଲାଇ ମାସ ପନ୍ଦରେ
ଗୁଣ୍ଡିଚା ମନ୍ଦିରୁ ଜଗାଙ୍କ ଆଶୀଷ
ବହିବ ନିଶ୍ଚେ ସତ୍ତ୍ୱରେ।
ଦୁଇକୂଳ ହିତା ଗାଇବ ସଙ୍ଗୀତା
ଜୀବନ ସମ୍ପର୍କ ଗୀତା
ସ୍ମିତ ହାସ୍ୟେ ଗୃହେ ବୀଣା ବଜାଇବ
ସଭିଏଁ ହୋଇବେ ଜିତା।
ପିତାମାତାଙ୍କର ଆଶା ଆକାଶରେ
ଜ୍ୟୋତିର ଦୀପାଳି ଜାଳି
ରଚିବେ ବନୋଜ ସ୍ମୃତି ଆଇନାରେ
ଆଦରେ ସୌନ୍ଦର୍ଯ୍ୟପୁରୀ।
ଶାଶୁ ଶ୍ୱସୁର ଓ ଦିଅର ନଣନ୍ଦ
ସଭିଙ୍କୁ ଆଦର କରି
ଭକତି ସମ୍ମାନେ ସେନେହେ ସଙ୍ଗୀତା
ବାନ୍ଧିବେ ମମତା ଡୋରି।
ଜ୍ୟେଷ୍ଠଙ୍କୁ ଭକତି କନିଷ୍ଠଙ୍କୁ ପ୍ରୀତି
ଇଷ୍ଟଙ୍କୁ କରି ବନ୍ଦନା
ସଭିଙ୍କ ଆଶୀଷ ଲଭନ୍ତୁ ସେ ପୁଣି
ସଞ୍ଚନ୍ତୁ ଦିବ୍ୟ ଚେତନା।
ପିତାମାତା ଭାଇ ଭାଉଜ ସଭିଙ୍କ
ପୂରୂବ ସ୍ମୃତିକୁ ଭାଳି
ବନୋଜ ଚଳିବେ ସଙ୍ଗୀତା ସାଥିରେ
ସମ୍ପର୍କର ସୁଧା ଢାଳି।
ସେବା ଶୁଶ୍ରୂଷାର ସ୍ରୋତରେ ଭସାଇ
କରମେ ଧରମ ସିଡି
ଏକତା ବନ୍ଧନେ ଖୁସି ପୁଲକରେ
ପୁଣ୍ୟ ରଥ ଯାଉ ଗଡି।
ସତସଙ୍ଗ ସତଜ୍ଞାନେ ଭରି ଉଠୁ
ବନୋଜ ସଙ୍ଗୀତା ମନ
ଇଷ୍ଟପ୍ରାଣେ ନାଚୁ ସମାଜ ସଭ୍ୟତା
ରଖନ୍ତୁ କୂଳ ସମ୍ମାନ।
ନବ ଦମ୍ପତିଙ୍କ ଜୀବନ କୁସୁମ
ସଦା ଫୁଟି ହସୁଥାଉ
ହେ ଜଗତନାଥ ନିଷ୍ପାପ ଦୁହିଁଙ୍କୁ
ବେଦନା ଆଦୌ ନ ଛୁଉଁ।
🌷 *ନାରାୟଣ ସେନାପତି*🌷
🌹 *ଜମ୍ଭରା,ଜିଲ୍ଲା-କେନ୍ଦୁଝର*🌹
