ସତୁରୀ ବନାମ ନବେ – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦଶ ପଇସା କମ ଟିକଟ ଯୋଗୁଁ
ବେରିଙ୍ଗି ହୋଇଯାଇଥିବା
ମୋ ପ୍ରେମଚିଠି
ତୁମ ପାଖେ ଅଛି…?
କଲେଜର ଆର୍ଟସ ବ୍ଲକ ପାଖ
କ୍ୟାଣ୍ଟିନ କାନ୍ଥରେ
ଭଙ୍ଗା ଇଟାରେ ଲେଖା
ତୁମ ନାଁ ..ମୋ ନାଁ
ଆଉ କଣ ଅଛି ?
ନାହିଁ ନା ….
ହୁଏତ ନ ଥିବ
ତୁମ ସାଇକଲ ହାଣ୍ଡେଲରେ
ମୋ ନାଲି ରୁମାଲ…କିମ୍ବା
ତୁମେ ପଢ଼ୁଥିବା ପ୍ରତିଭା ରାୟ
ବହି ଭିତରେ
ମୁଁ ଦେଇଥିବା ମୟୂରର ପର
ରିକ୍ସା ଭିତରେ ବେଳାଭୂମି ଫେରନ୍ତା
ଝାଳୁଆ ଦେହର ହେଉ କି
ନଈପଠାରେ ଘରୁ ଲୁଚିଆସିଥିବା
ଅଳତା ପାଦ ଦୁଇର ହେଉ
ଫୋଟୋ ଟିଏ ଭଲା ଅଛି…!
ହେଇ ଦେଖ
ରାସ୍ତାରେ,ପାର୍କରେ, ମଲ ରେ
ଏମିତିକି ଦେବାଳୟରେ
ଗାଲରେ ଗାଲ ଘଷି
ହାତରେ ହାତ ଥାପି
ସେମାନେ କେମିତି
ବେଫିକର ନେଉଛନ୍ତି
ଶହ ଶହ ସେଲ୍ଫି
ସତରେ
ଭଲ ହୋଇ  ଥାନ୍ତା କି
ସତୁରି ଦଶକରେ ନ ଜନ୍ମି
ଆମେ ଦୁହେଁ ଜନ୍ମିଥିଲେ
ନବେ ଦଶକରେ…

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ