ମନ – ଅଧ୍ୟାପକ ପବିତ୍ର ଦାସ
“ମନ ଫରୁଆରେ ସାଇତିଥିବା ମନଟା
ଫୁର୍ କିନା ଉଡି ହୋଇଯାଏ, ଉଡଙ୍ଗ ଛୁ…
ପଲକରେ ଓଲଟିଯାଏ,ସ୍ବର ତା’ର
ପରିବର୍ତ୍ତିତ ସ୍ରୋତରେ ଭାସି ଭାସି
ଲାଗେ ଯାଇ ଠିକଣା ଜାଗାରେ ।।
ମନ ସହ ମନ,ମିଶି ହୁଏ ଏକାକାର
ଦୁଇ ଆତ୍ମାରେ ବହିଯାଏ ପ୍ରେମର ରୁଧିର
ଖାଲି ଯାହା ଡର ,ଆମ୍ନା ସାମ୍ନି ପାଇଁ !!
ବାସ୍, ତା’ପରେ ଖୋଲିଯାଏ ମୁଦ
ସବୁ ଦିଶିଯାଏ, ପରିଷ୍କାର ଭାବେ
ପ୍ରେମର ଯେତେ ଯେତେ ଅଦୃଶ୍ଯ ଗ୍ରନ୍ଥି ।।”
