ତୋ ବିନା – ସନ୍ତୋଷ ପଟ୍ଟନାୟକ
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ଗୋଧୂଳି ବେଳାରେ ବିହଙ୍ଗ ଫେରନ୍ତେ
ଅଳସୀ ସଞ୍ଜକୁ ଛୁଇଁ
ତୁମେ ଆସୁଥିଲ ସ୍ମିତହାସ୍ୟ ଓଠେ
ହାତେ ସଞ୍ଜବତୀ ନେଇ
ସେଇ ସ୍ମୃତି ଆଜି କଡ ଲେଉଟାଏ
ବିଳମ୍ବିତ ଯୌବନରେ
ତିକ୍ତ ପୁରୁଷତ୍ବ ଦରାଣ୍ଡୁଛି ପ୍ରୀତି
ସାଥୀ ଶୂନ୍ୟ ପରିଧିରେ
ପ୍ରତ୍ୟୁଷରୁ ସଞ୍ଜ ସଦା ଦହଗଞ୍ଜ
ଯେ’ହେତୁ ଉପାୟ ଶୂନ୍ୟ
କପାଳ’ତ ଫଟା ଏଇ ଜୀବନଟା
ବିଷାଦ ବେଦନା ପୂର୍ଣ୍ଣ
ଅତି ଭଲ ପାଇବାର ଫଳ ବୋଧେ
ଦଇବ ଖଞ୍ଜିଲା ଦୁଃଖ
ଲୁହ ଚିରସାଥି ବିରହେ ଜଳୁଛି
ଶପ୍ତ ପାଲଟିଛି ସୁଖ….
ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ

