ପଖାଳ କଂସା – ଏ ପି ଶୁଭକାନ୍ତ

ଲେଖକ ପରିଚୟ

ଏ ପି ଶୁଭକାନ୍ତ
ହରିପୁର, ଖଡ଼ିଆଙ୍ଗ, ଯାଜପୁର | ସଦ୍ୟ ପୋଷ୍ଟ

Read More

ଓଡ଼ିଆ ପରାଣ ଆଶା ଭରସା।
ମାର୍ଚ୍ଚ ୨୦ରେ ପଡେ ବିଷୁବ ବସନ୍ତ
ଜଳ ପାଇଁ ମଣିଷ ହୁଏ ହନ୍ତସନ୍ତ,
ଏହି ଦିନ ଠାରୁ ପଖାଳ ଖାଇବା ବିଧି
ମନେରଖିବାକୁ ପାଳୁଛେ ପଖାଳ ଦିବସ ସାଥୀ।
ଓଡ଼ିଶା ମାଟିର ବୀରତ୍ବର ଅନେକ ଇତିହାସ
ପଖାଳ ପାଇଁ ଯେ ହେଲା ପଖାଳ ଦିବସ,
ଡାଲି ତରକାରୀ ଲୋଡ଼ା ନାହିଁ ଥିଲେ ପଖାଳ ଭାତ
ମାଛ ଭଜା ବଡ଼ିଚୁରା ଆଳୁପୋଡା ତାର ମିତ।
ପଖାଳ ଦୁଇ ପ୍ରକାର ସଜ ଆଉ ବାସି
ଦିନରେ ଖାଇବା ସଜ ସକାଳକୁ ବାସି,
ଓଡ଼ିଶାରେ ବାସ କରୁଛନ୍ତି ଯେତେ ଚାଷୀ
ବିଲମଧ୍ୟେ ପଖାଳ ଗୁଣ ଗାଆନ୍ତି ବସି।
ବୁଦ୍ଧଙ୍କର ସାନବାପା ନାମ ଧୋତଦନ
ପଖାଳ ଭାତ ରେ ତାଙ୍କ ରହିଥିଲା ମନ,
ପଖାଳ ନୁହେଁ ଏବେର ଖାଦ୍ୟ ଅଟେ ସେ ପ୍ରାଚୀନ
କଳ୍ପଲତା ମଧ୍ୟେ ଲେଖିଗଲେ କବି ଦାସ ଅର୍ଜୁନ।
ପଖାଳ ଯେ ଲାଗେ ପ୍ରଭୁଙ୍କ ଛପନ ଭୋଗେ
ପଖାଳ ମଣୋହି ପୁଣି ମଦନମୋହନ ରୂପେ,
ପଖାଳ ରେ ଲକ୍ଷ୍ମୀ ସଆନ୍ତାଣୀ ଙ୍କ ସରାଗ
ମାର୍ଗଶୀରେ ଭୋଗ ପଖାଳ କଳମ ଶାଗ।
ପଶ୍ଚିମ ଓଡ଼ିଶାରେ ଭାଇଜିଉନ୍ତିଆ ଓଷା ପରଦିନ
ପରମ୍ପରା ଭଉଣୀ କରିବ ପଖାଳ ଭୋଜନ,
ବାହାଘର ପରଦିନ ସକାଳର ଭୋକ
ବର ମେଣ୍ଟାଏ ଖାଇକି ପଖାଳ କଂସାକ।
ପଖାଳ ପିତ୍ତନାଶକ ଜୀର୍ଣ୍ଣ କ୍ଷମତା ବୃଦ୍ଧି
ଡାକ୍ତର ମାନିଲେ ଏହା ପୁଷ୍ଟିକର ବୋଲି,
ଅତିସାର ମୂତ୍ରକ୍ରୁଛ ହୁଏନା ପଖାଳ ଖାଇଲେ
ରକ୍ତଚାପ ତାପମାତ୍ରା ପ୍ରଶମିତ ରହେ।
୨୦୧୪ ରୁ ଆରମ୍ଭ ହେଲା ପଖାଳ ଦିବସ
ବିଶ୍ୱସାରା ଓଡ଼ିଆ ମୁଖେ ଖେଳାଇଲା ହସ,
ପଖାଳ ଅଟଇ ଓଡ଼ିଶାର ପ୍ରିୟ ଖାଦ୍ୟ
ପାନ୍ତାଭାତ୍ କହି ନେଇପାରିବନି ପଡୋଶୀ ରାଜ୍ୟ।
A P Subhakanta
DandaHaripur Khadiang Jajpur

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ