ଶୀତର ଗୀତି – ତ୍ରିଲୋଚନ ଦାସ

ଲେଖକ ପରିଚୟ

ତ୍ରିଲୋଚନ ଦାସ
ଶ୍ରୀବିହାର, ଖୋରଧା, ଓଡିଶା | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ଶୀତ ଫେରୁଅଛି କାକର ଶେଯରେ
ଲାଜର ଓଢଣୀ ଦେଇ
ବସନ୍ତ ଆସୁଛି ମୃଦୁ ସମୀରଣେ
କୋକିଳର କୁହୁ ଗାଇ ||୦||
ଫଗୁଣ ହସୁଛି ପ୍ରୀତିରଙ୍ଗ ଧରି
ଫୁଲେଇ ପ୍ରିୟାକୁ ଦେଖି
ସହକାର କୁଞ୍ଜେ ହଳଦୀ ବସନ୍ତ
ହେଉଛି ହଳଦୀ ମାଖୀ
ପଳାଶ ଫୁଲଟି ଗୁମୁରି କାନ୍ଦୁଛି
ଦୁଃଖର ଗଜଲ ଗାଇ……||୧||
                  ଶୀତ ଫେରୁଅଛି…..
ବସନ୍ତ ଆସିଲେ ଆନମନା କବି
ଭାବନାରେ ଯାଏ ହଜି
ପାଗଳ ଭଅଁର ମଧୁମଗ୍ନା ହୁଏ
ଫୁଲରୁ ଫୁଲକୁ ଖୋଜି
ପାହାଡି କନିଆ କୁଳୁକୁଳୁ ସୁରେ
ବହିଯାଏ ଗୀତ ଗାଇ……||୨||
                 ଶୀତ ଫେରୁଅଛି…..
             ★★★★★       
                               ଶ୍ରୀବିହାର, ଖୋର୍ଦ୍ଧା 
                               ପିନ୍- ୭୫୨୦୫୫ 
                    ଶୂନ୍ୟଭାଷ- ୯୮୫୩୫୩୫୦୯୫
HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments