ଲିଭିବା ପରେ ବି ଜଳେ – ସିପ୍ରା ନାମତା (ନମ୍ରତା)

ଲେଖକ ପରିଚୟ

ସିପ୍ରା ନାମତା ନମ୍ରତା
ତୁଳସୀଚୌରା, ବାରିପଦା, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

Read More

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି

ସିଂହ କଟୀ ଉପତ୍ୟକା କରେ ଶିଖୀ ନୃତ୍ୟ
           ଉତ୍ତୁଙ୍ଗ ଶିଖରେ ଯା’ର ଶୋଭଇ ତୁଷାର ,
ପ୍ରତିଧ୍ୱନୀ ଆତଙ୍କ ର ସନ୍ତ୍ରାସ ଆବୋଶ
                ହିମଗିରି ପୀନବକ୍ଷେ ଗଳଇ ରୁଧିର ।।
କୋଦଣ୍ଡ ର ଅଗ୍ରେ ଜେନହେ ମୂଷଳ ସ୍ଫୁଲିଙ୍ଗ
             ପ୍ରତି ସୃଷ୍ଟି ନେତ୍ରୁ ଝରେ ଲୋତକ ଭୂମା ର ,
ରାଷ୍ଟ୍ରଶୋକ ସାକ୍ଷୀ ହୁଏ ସେହି ଅଶ୍ରୁ ଧାରେ
            ବ୍ୟୋମଜାନେ ଶୋଭିତ ଯେ ଗଗନ ମଣ୍ଡଳ ।।
ବିଶାଳ ସମର ସଜ୍ଜା ବ୍ୟାପ୍ତ କରି
     ଆଗୁସାର ହୁଏ ସୈନ୍ୟ ଶକୁନ ପରାୟେ ,
ତୈଳ ପୂର୍ଣ୍ଣ ପାତ୍ରେ ପ୍ରଦୀପ ପ୍ରଜ୍ଜ୍ଵଳି
     ପ୍ରତିକୋଣୁ ସ୍ୱର ଶୁଭେ ଆତଙ୍କ ବିପକ୍ଷେ ।।
ଚର୍ଚ୍ଚାରେ ଆତଙ୍କୀ ଲାଂଛିତ ,ଘୃଣିତ ,
                    ହୁଏ ପଦ ପ୍ରହାର ର ପାତ୍ର ,
ଚର୍ଚ୍ଚାରେ ଶହୀଦ ପାଏ ପୁଷ୍ପ ଗୁଛ
       କୋଟି କୋଟି ନମନ ଶତ ଶତ ହୃଦୟ ର  ।।
ଚତୁର୍ଦ୍ଦିଗ ରେ ଆତଙ୍କ ଧୂମ୍ର କୁଣ୍ଡଳୀ ଆଚ୍ଛନ୍ନ
           ବିସ୍ଫୋରଣ ଘଟେ ତମସା ରାତ୍ରୀରେ ,
ମୃତ୍ୟୁ ବିଭୀଷିକା ଆଣେ ଉନ୍ମାଦନା
          ଉଷ୍ମ ରକ୍ତ ଖେଳେ ସ୍ନାୟୁକୋଷିକାରେ ।।
ଧୂ ଳି ର ଧରଣୀ ସିକ୍ତ ହୁଏ ରକ୍ତ ସ୍ନାନେ
          ପ୍ରତିବିମ୍ବ ବିଦ୍ଧ କରେ ପ୍ରତିଟି ହୃଦୟେ  ,
ଶହୀଦଯବାନ ର ଜୀବନ ଦୀପ
     ଲିଭିବା ପରେ ବି ଜଳେ ଶବ୍ଦ ସ୍ୱର ମଧ୍ୟେ   ।।
              ****************
ସିପ୍ରା ନାମତା ,ନମ୍ରତା
ବାରିପଦା
20 -2-19
Sent from my MI MAX 2

HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ