କବିତା – ପ୍ରିୟା – ଭଜରାମ ସେଠୀ

ଲେଖକ ପରିଚୟ

ବ୍ଲଗ | ସଦ୍ୟ ପୋଷ୍ଟ

ଏହି ବିଷୟଟି 8 ଜଣ ପାଠକ ପଢି ସାରିଛନ୍ତି


ମୋ’ ପ୍ରିୟାର ଘର ନଈ ଆରପାରି
ପାହାଡ଼ ପାଦକୁ ଛୁଏଁ,
ବଣରୁ ଝରଣା ସଧୀରେ ବହଇ
ପ୍ରୀତି ଟିକେ ନେବା ପାଇଁ ।

ଗୀତ ଗାଇ ଗାଇ ଉଲ୍ଲାସେ କହଇ
ଲାଜକୁଳୀ ଲତା ସିଏ,
ଅଳସୀ ତଟିନୀ ସକାଳୁ କାହିଁକି
ମୋ’ ପ୍ରୀୟାକୁ ଦେଖୁଥାଏ ।

ଖଷଡ଼ା ପଥର ଚାହିଁ ବସିଅଛି
ତା’ ପାଦ ଛୁଇଁବ ଯାଇ,
ଦେହ ସାରା ତା’ର ନଈ ଜଳ ଛିଟ
ହୀରା ସମ ଦିଶୁଥାଇ ।

ଅତର ଅତର ଜଳ ବାସୁଅଛି
ସୂରୁଯ ଆସିଲେ ଧାଇଁ,
କିଏ ତୁମେ ସହୀ ନବହେମଦ୍ଯୁତୀ
କିରଣେ ଝଟକୁ ଯାଇ ।

ଖଗଦଳ ଦଳ କରିଲେ ସ୍ବାଗତ
ଚଞ୍ଚଳାନେତ୍ରାକୁ ଚାହିଁ,
ନଈପଠା ପୁଷ୍ପ ଝାଉଁଳୀ ଗଲେଣି
ଇର୍ଷାନଳେ ଝାସପାଇ ।

କଢ଼ି ଫୁଟି କାହିଁ ହସି ଦେଉଛନ୍ତି
ପଲ୍ଲବୀ ଗହଳେ ରହି,
ଜଟିଳା କୁଟିଳା ତରୁ ଲତା ହେଲେ
ଦୁବେ ଶୋଭା ପାଉ ତୁହିଁ ।

ମଧୁଜା ସକାଳେ ମଧୁମାଖି ହୁଏ
ଉର୍ବୀ ତନୁ ତନୂ କଟି,
ଧରଣୀ ସରଣୀ ତଟିନୀରେ ଯୋଷା
ପ୍ରିୟା (ମୋ) ନୀଳବସ୍ତ୍ରା ସଖୀ ।

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ନିରାଳ, ଗଞ୍ଜାମ, ଦୂରଭାଷ : 9566876504


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ