କବିତା – ମନ – ସଂଯୁକ୍ତା ରାଉତ

ଶରୀର ଭିତରେ ମନଟି ଆମର
ବଡ଼ ଅଜବରେ ଭାଇ
ବୁଝିତ ନୁହଁଇ କେବେ କେତେବେଳେ
କି ଭାବନା ଜନ୍ମେ ତହିଁ ୲୲
କାହା ପାଇଁ କେବେ ଉଙ୍କିମାରେ ମନେ
ସ୍ନେହ ମମତା ସରାଗ
ଆପେ ଆପେ ପୁଣି କେବେ କା’ ପାଇଁ
ଆସିଯାଏ ଅନୁରାଗ ୲୲
ମନ ସବୁବେଳେ ଚାହେଁ ଶୁଣିବାକୁ
ସୁମିଷ୍ଟ ମଧୁର ଭାଷା
ପ୍ରେମ ଛୁଏଁ ଯହିଁ ଭାବନାକୁ ତା’ର
ଗଢ଼େ ସେ ବାଇଆ ବସା ୲୲

ପଢିବାକୁ ଭୁଲନ୍ତୁ ନାହିଁ
ସାଜେ ପୂଜାଫୁଲ ଭକ୍ତିରେ କା’ ପାଇଁ
ହୃଦୟେ ଦେବତା ମଣି
କ୍ରୋଧେ କେବେ ପୁଣି ସରଗୁ କାହାକୁ
ନରକକୁ ଆଣେ ଟାଣି ୲୲
କିଛି କିଛି କଥା ସ୍ମୃତି କରି ପୁଣି
ନିତି ନିତି ଝୁରି ହୁଏ
କେବେ ପୁଣି କିଛି ସାଇତା ସ୍ମୃତିକୁ
ଆପେ ଆପେ ଭୁଲିଯାଏ ୲୲
ରଚନା : ସଂଯୁକ୍ତା ରାଉତ
ଠିକଣା : ଜୟପୁର, କୋରାପୁଟ, ଦୂରଭାଷ :
