ତୋ ବିନା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଆଶାର ସପନେ ଅବୁଝା ତୋ ଭାଷା
    ଭରୁଛି ହୃଦେ ବେଦନା
ତୁଟିଲାଣି ଆଶା ଅଦୃଷ୍ଟ ଭରଷା
    ମନହୁଏ ଆନମନା …..

ହୃଦୟ କାନ୍ଦୁଛି ସମୟ କୋଳରେ
     ଅତୀତକୁ ଝୁରି ଝୁରି
ଆଖିପତା ଦୁଇ ବତୁରି ଯାଉଛି
     ଝାଟିମାଟି କାନ୍ଥପରି…..

ସ୍ମୃତି ସାଗରରୁ ସୁନାମୀ ଆସୁଛି
       ତଥାପି ଚିତ୍ତେ ମୋ ତୃଷ୍ଣା
ବିରହର ବହ୍ନି ପ୍ରଜ୍ଜ୍ଵଳିତ ମନେ
     ତଥାପି ଜୀଇଁବା ନିଶା ……

ଶେଷକଥା ଟିକ ସ୍ବିକାରିଛି ସିନା
     ପ୍ରେମକୁ କରିନି ଇତି
କ୍ଷରିତ ହେଲାଣି ଦିନୁ ଦିନ ତନୁ
      ଭ୍ରମିତ ମୋ ମତିଗତି…..

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ