ସ୍ଵାଗତ ଅଭିନନ୍ଦନ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଜନନୀର ଜପ ସଫଳ ହୋଇଲା
       ବୀର ସୁତ ଫେରେ ଆଜି
   ବିଜୟର ମନ୍ତ୍ର ଗାଅ ଭାତୃଗଣ
           ଉତ୍ସାହ ସୁଅରେ ଭିଜି….

ଜାଗରେ ଜାଗରେ ହିନ୍ଦୁ ମୁସଲିମ
       ଶିଖ୍-ଖ୍ରୀଷ୍ଟିଆନ ସର୍ବେ
   ବଜାଅ ତୁର୍ଯ୍ୟ  ବଜାଅ ଭେରି
        ଉଡାଅ ତ୍ରିରଙ୍ଗା ଉର୍ଦ୍ଧ୍ବେ….

ବୀରଦର୍ପେ ନିଜେ ସଜାଅ ନିଜକୁ
          ସ୍ବାଗତେ ଅଭିନନ୍ଦନ
     ବିଜୟ ତିଳକ ପିନ୍ଧାଅ ବୀରକୁ
               ବନ୍ଦାଅ ଫୁଲ ଚନ୍ଦନ…..

ସନ୍ତୋଷ ପଟ୍ଟନାୟକ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ