ଦୈବ ଦୁର୍ବିପାକ – ପ୍ରସନ୍ନଜିତ ସାହୁ
ଦୈବ ଦୁର୍ବିପାକ ଆସୁଛି…
ମାମୁନୁ କହୁଛି ମାମୁନିକୁ ପୁଣି
ଛୁଇଁବୁନି ଜମା ପଲିଥିନ
ପଲିଥିନକୁ ସେ ଭୁଲିନି । ।
ଏପଟେ ସନିଆ ବଜାର ଯାଇଛି
ଦୋକାନ ବଜାର ଯେଉଁଠି ଦେଖହୋ
ପଲିଥିନ୍ ମୁହଁ ଦିଶୁଛି
ଯିଏ ଯାହା ନେବା ଆଣିବା କରୁଛି
ପଲିଥିନକୁ ସେ ଝୁରୁଛି । ।
ସରକାରଙ୍କର ପ୍ରଚାର ଶୁଣିକି
ପରିବେଶ ଚେଇଁ ଶୋଇଛି
ପଲିଥିନ ବନ୍ଦ୍ ପଲିଥିନ ବନ୍ଦ୍
ପ୍ରହସନ ପରି ଲାଗୁଛି । ।
ଯେତେ ମନଇଚ୍ଛା ପ୍ରଦୂଷଣ କର
ପରିବେଶ ତାକୁ ସହୁଛି
ଦୈବ ଦୁର୍ବିପାକ ନିଶ୍ଚୟ ଆସିବ
ଗୁମୁରି ଗୁମୁରି କହୁଛି । ।
ଆଚାର୍ଯ୍ୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,
ନୂଆଗଡ, ଜଗତସିଂହପୁର, ପିନ – ୭୫୪୧୪୧
